ଓଡିଶା

odisha

ETV Bharat / state

MGNRE WORKS; ମଣିଷ ବଦଳରେ କାମ କରୁଛି ମେସିନ - ମାହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବଢିଗାଁ ପଞ୍ଚାୟତ ଅଲଣିଆ ଗାଁ ବନ୍ଧର ଉନ୍ନତି ନାରେ ଏମଜିଏନଆରଇଜିଏସ କାମ ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ମଣିଷ ବଦଳରେ ମେସିନ କାର୍ଯ୍ୟ
ମଣିଷ ବଦଳରେ ମେସିନ କାର୍ଯ୍ୟ

By

Published : Jul 8, 2021, 2:29 PM IST

ବୌଦ୍ଧ: ମାହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମଣିଷ ବଦଳରେ ମେସିନ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ । ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ଏହି କାର୍ଯ୍ୟ ହେଉଥିବାରୁ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ମଣିଷ ବଦଳରେ ମେସିନ କାର୍ଯ୍ୟ
ଶ୍ରମିକଙ୍କୁ ସହାୟତା ପାଇଁ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବର୍ଷର ଶହେ ଦିନ କାମ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରେ ଏହି ଏମଜିଏନଆରଇ କାମ ମଣିଷ ବଦଳରେ ମେସିନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ବର୍ତ୍ତମାନ ପୁଣିଥରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବଢିଗାଁ ପଞ୍ଚାୟତ ଅଲଣିଆ ଗାଁ ବନ୍ଧର ଉନ୍ନତି ନାରେ ଏମଜିଏନଆରଇଜିଏସ କାମ ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଏଠାରେ କୌଣସି ସୂଚନା ଫଳକ ନଥିବାରୁ ଏହା କେଉଁ କାମ ତଥା କେତେ ଟଙ୍କାରେ ସଂପାଦନ ହେଉଛି ସେନେଇ କୌଣସି ସୂଚନା ନାହିଁ । ଏହାଛଡା ଏଠାରୁ ମାଟି ଉଠାଯାଇ କେଉଁଠାରେ ପକାଯାଉଛି ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଭଳି କାର୍ଯ୍ୟ ଦିନତ ଦିନ ରାତିରେ ମଧ୍ୟ ଜେସିବି ସାହାଯ୍ୟରେ ଜୁଲାଇ ମାସ ହୋଇଥିଲେ ମଧ୍ୟ ଜାରି ରହିଥିବାରୁ ଏନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି ।

ସେପଟେ ପଦ୍ମନପୁର ପଞ୍ଚାୟତ ବଡଖଲିଗାଁ ଗ୍ରାମରେ ବନ୍ଧ ଉନ୍ନତି କରଣ କାର୍ଯ୍ୟ ବିନା ସୂଚନା ଫଳକ ତଥା ଗ୍ରାମସାଥିଙ୍କ ଉପସ୍ଥିତିରେ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details