ଓଡିଶା

odisha

ETV Bharat / state

ମାନସିକ ବିକୃତ ପଦ୍ମିନୀ ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ଢେର ଦୂରରେ - boudh

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା । ବାରମ୍ବାର ଆବେଦନ ସତ୍ତ୍ୱେ ସାମାଜିକ ସୁରକ୍ଷା ଯୋଜନାରୁ ଆଜି ପର୍ଯ୍ୟନ୍ତ ବାଦ ପଡିଛନ୍ତି ମାନସିକ ବିକାରଗ୍ରସ୍ତ ପଦ୍ମିନୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 16, 2019, 12:55 PM IST

ବୌଦ୍ଧ: ଜିଲ୍ଲାର ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା । ସରସରା ଗ୍ରାମର ୪୭ ବର୍ଷୀୟା ପଦ୍ମିନୀ ଜନ୍ମରୁ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ । ହେଲେ ସେ ତାଙ୍କ ଅଭିଭାବକଙ୍କ ବାରମ୍ବାର ଆବେଦନ ସତ୍ତ୍ୱେ ସାମାଜିକ ସୁରକ୍ଷା ଯୋଜନାରୁ ଆଜି ପର୍ଯ୍ୟନ୍ତ ବାଦ ପଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

80 ବର୍ଷୀୟ ପିତା ସଚ୍ଚିଦାନନ୍ଦ ବୟସର ଶେଷ ସୋପାନରେ ପହଞ୍ଚି ଥିବାବେଳେ ତାଙ୍କ ପରେ ଏହି ଭିନ୍ନକ୍ଷମ ଝିଅର ପାଳନ ପୋଷଣକୁ ନେଇ ବେଶ ଚିନ୍ତିତ । ସେ ଏ ସମ୍ପର୍କରେ ବହୁବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ । ହେଲେ କୌଣସି ସୁଫଳ ନପାଇବା ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତୁରନ୍ତ ଏହି ମାନସିକ ବିକାରଗ୍ରସ୍ତଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବାକୁ ସାଧାରଣରେ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details