ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ବେଧଡକ ଚାଲିଛି ବିନା ଲାଇସେନ୍ସରେ ଔଷଧ ବ୍ୟବସାୟ । ଜିଲ୍ଲା ଏନଫୋର୍ସମେଣ୍ଟ ଟିମ ଦ୍ବାରା ଚଢାଉ ବେଳେ ସାମ୍ନାକୁ ଆସିଛି ଏହି ତଥ୍ୟ ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ଆସିଛି ଔଷଧ ଭଳି ଜୀବନ ରକ୍ଷକ ସାମଗ୍ରୀକୁ ନେଇ ଏଭଳି ଚାଞ୍ଚଲ୍ୟକର ତଥ୍ୟ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ବେଆଇନ କାରବାର ଅନ୍ୟ କେଉଁଠି ନୁହେଁ ବରଂ ଚାଲିଛି ହରଭଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଭୈରବୀ କ୍ଲିନିକରେ । ଯେଉଁଠାରେ ରକ୍ତ ପରୀକ୍ଷା ନା ରେ ବିନା ଲାଇସେନ୍ସରେ ଚାଲିଥିଲା ଖୁଲମଖୁଲା ଔଷଧ ବ୍ୟବସାୟ ।