ବୌଦ୍ଧ:ଯୁଦ୍ଧ ମୁହଁରୁ ଫେରିଲେ ଡାକ୍ତରୀ ଛାତ୍ର । ୟୁକ୍ରେନରୁ ସୁରକ୍ଷିତ ଭବେ ଘରକୁ ଫେରିଲେ ବୌଦ୍ଧରୁ ଡାକ୍ତରୀ ପଢିବାକୁ ଯାଇଥିବା ସିଦ୍ଧାର୍ଥ ମହାପାତ୍ର । ୟୁକ୍ରେନରେ ଋଷିଆର ଆକ୍ରମଣ ପରେ ସେଠାରେ ଫସି ରହିଥିଲେ ସିଦ୍ଧାର୍ଥ । ଗତକାଲି ସେ ନିଜ ଘରକୁ ଫେରିବା ପରେ ପରିବାର ଲୋକେ ବେଶ ଖୁସି ଅଛନ୍ତି ।
ସଦର ମହକୁମା ରାମେଶ୍ୱର ବିହାରରେ ରହୁଥିବା ଅବସରପ୍ରାପ୍ତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଓ ଅଧ୍ୟାପିକା ଗୀତାଞ୍ଜଳୀ ମହାପାତ୍ରଙ୍କ ପୁଅ ସିଦ୍ଧାର୍ଥ ଗତ ପାଞ୍ଚ ବର୍ଷ ହେଲା ୟୁକ୍ରେନର କିଭରେ ମେଡ଼ିକାଲ ୟୁନିଭରସିଟିର ଛାତ୍ର ଥିଲେ । ତେବେ ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସିଦ୍ଧାର୍ଥ ୟୁନିଭରସିଟିର ଏକ ବଙ୍କର ଭିତରେ ୬ ଦିନ ଧରି ରହିଥିଲେ । ପରେ ସେ ଅନ୍ୟ ସାଥିଙ୍କ ସହିତ ଚାଲି ଚାଲି ଅନ୍ୟତ୍ର ଚାଲିଯାଇଥିଲେ ।