ଓଡିଶା

odisha

ETV Bharat / state

ଭାରତୀୟ କିଷାନ ସଂଘ ପକ୍ଷରୁ ମରୁଡି ଘୋଷଣା ଦାବିରେ ବିଶାଳ ବିକ୍ଷୋଭ

ବୌଦ୍ଧ ଜିଲ୍ଲାରେ ଜଳସେଚନ ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ବୌଦ୍ଧକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତ...

By

Published : Sep 3, 2021, 1:01 PM IST

ଭାରତୀୟ କିଷାନ ସଂଘ ପକ୍ଷରୁ ମରୁଡି ଘୋଷଣା ଦାବିରେ ବିଶାଳ ବିକ୍ଷୋଭ
ଭାରତୀୟ କିଷାନ ସଂଘ ପକ୍ଷରୁ ମରୁଡି ଘୋଷଣା ଦାବିରେ ବିଶାଳ ବିକ୍ଷୋଭ

ବୌଦ୍ଧ: ଜିଲ୍ଲାରେ ଜଳସେଚନ ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ବୌଦ୍ଧକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି ସହିତ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଆଦୌ ଜଳସେଚନ ହୋଇପାରି ନଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ଭାରତୀୟ କିଷାନ ସଂଘ ପକ୍ଷରୁ ମରୁଡି ଘୋଷଣା ଦାବିରେ ବିଶାଳ ବିକ୍ଷୋଭ

ସମ୍ଭାବ୍ୟ ମରୁଡି ପରିସ୍ଥିତି ପାଇଁ ଉଭୟ ଜଳସେଚନ ବିଭାଗ ଓ କୃଷି ବିଭାଗର ଅପାରଗତାକୁ ଦାୟି କରାଯାଇଛି । ଆଜି ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଆନ୍ଦୋଳନରତ ଚାଷୀଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପୋଲିସ ଅଟକାଇବାରୁ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଶେଷରେ ଆନ୍ଦୋଳନକାରୀ କାର୍ଯ୍ୟାଳୟ ପରିସରରେ ଧସେଇ ପଶିବା ସହ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ ।

ଗୋଟିଏ ପଟରେ ଜଳସେଚନ ଯୋଗୁଁ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ବିଜେଡି ପକ୍ଷରୁ କେନ୍ଦ୍ରର ସାର ଯୋଗାଣ ସମସ୍ୟାକୁ ନେଇ ଅନୁଷ୍ଠିତ ଆନ୍ଦୋଳନକୁ ଉଭୟ କିଷାନ ସଂଘ ଓ ରାଜ୍ୟ ଯୁବ ମୋର୍ଚ୍ଚା ପକ୍ଷରୁ ତିବ୍ର ସମାଲୋଚନା କରାଯାଇଛି । ଶେଷରେ ବୌଦ୍ଧ ଜିଲ୍ଲାପାଳଙ୍କୁ କିଷାନ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details