ଓଡିଶା

odisha

By

Published : Oct 15, 2022, 10:05 AM IST

ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ତ୍ବରାନ୍ବିତ ପାଇଁ ଗଣଧାରଣା

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ଦାବିରେ ବୌଦ୍ଧ ନାଗରିକ କମିଟିର ଆବାହକତ୍ବରେ ବିଭିନ୍ନ ସଂଗଠନ ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଅଧିକ ପଢନ୍ତୁ

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ତ୍ବରାନ୍ବିତ ପାଇଁ ଗଣଧାରଣା
ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ତ୍ବରାନ୍ବିତ ପାଇଁ ଗଣଧାରଣା

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ । ବୌଦ୍ଧ ନାଗରିକ କମିଟିର ଆବାହକତ୍ବରେ ବିଭିନ୍ନ ସଂଗଠନ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଗଣଧାରଣା ଦିଆଯାଇଥିଲା । ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ ସହିତ ଶୀଘ୍ର ଶେଷ କରିବା ପାଇଁ ବୌଦ୍ଧ ନାଗରିକ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ସମେତ ସୋନପୁର ଓ ବଲାଙ୍ଗୀରରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଧାରଣା ଦିଆଯାଇଛି ।

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ତ୍ବରାନ୍ବିତ ପାଇଁ ଗଣଧାରଣା

ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟର ଅହେତୁକ ବିଳମ୍ବ ପାଇଁ ଏହାର ଭବିଷ୍ୟତକୁ ନେଇ ସନ୍ଦେହରେ ସାଧାରଣ ନାଗରିକ । ଏହି ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ଜନସାଧାରଣ । ଶୁକ୍ରବାର ବୌଦ୍ଧ ଠାରେ ନାଗରିକ କମିଟିର ଆବାହକତ୍ବରେ ଜିଲ୍ଲାର କୋଡିଏରୁ ଊର୍ଦ୍ଧ୍ବ ବିଭିନ୍ନ ସାମାଜିକ, ସ୍ବେଚ୍ଛାସେବୀ ଓ ରାଜନୈତିକ ସଂଗଠନର କର୍ମକର୍ତ୍ତା ମାନେ ଏହି ଗଣଧାରଣାରେ ସାମିଲ ହୋଇଥିଲେ ।

ବୌଦ୍ଧ ଜିଲ୍ଲାକୁ ବାରମ୍ବାର ବିଭିନ୍ନ କ୍ଷେତ୍ରରେ ଅବହେଳିତ କରାଯାଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଉକ୍ତ ରେଳପଥ ପ୍ରକଳ୍ପ ଅନ୍ତର୍ଗତ ଆଠଟି ବିଧାନସଭା କ୍ଷେତ୍ର ସହିତ ତିନୋଟି ସଂସଦୀୟ କ୍ଷେତ୍ର ଆସିଥାଏ । ଏହା ସହିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ପାଞ୍ଚଟି ଜିଲ୍ଲାର ହୃଦୟରେଖା ମଧ୍ୟ କୁହାଯାଉଛି । କିନ୍ତୁ ସର୍ବାଧିକ ରେଳପଥ ରାସ୍ତା ଅତିକ୍ରମ ହେବାକୁ ଥିବା ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନେଇ ଏହି ରେଳପଥର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । ଏ ସମ୍ପର୍କରେ ଶୁକ୍ରବାର ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details