ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଗଣପର୍ବ ନୂଆଁଖାଇ - nuakhai in boudha

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଛି । ଆରାଧ୍ୟ ଦେବୀଙ୍କୁ ନବାନ୍ନ ଲାଗି ପରେ ନୂଆଁଖାଇ ଉତ୍ସବ ପାଳିଲେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଗଣପର୍ବ ନୂଆଖାଇ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଗଣପର୍ବ ନୂଆଖାଇ

By

Published : Sep 11, 2021, 10:41 PM IST

ବୌଦ୍ଧ:କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇଛି । ଜିଲ୍ଲାର ଆରାଧ୍ୟ ଦେବୀ ମା’ ଭୈରବୀଙ୍କ ନିକଟରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ନୂଆଁଖାଇ ଜୁହାର ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଗଣପର୍ବ ନୂଆଖାଇ

ପ୍ରଥମେ ଧାର୍ଯ୍ୟ ଲଗ୍ନ ମୁତାବକ, ବୌଦ୍ଧର ଆରାଧ୍ୟ ଦେବୀ ମା’ଭୈରବୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ କ୍ଷୀରି କାକରା ଭୋଗ ଲାଗି ହୋଇଥିଲା । ପରେ ଜିଲ୍ଲାର ଅନ୍ୟ ସମସ୍ତ ଦେବାଦେବୀଙ୍କ ପୀଠରେ ବିଧି ମୁତାବକ ପୂଜାର୍ଚ୍ଚନା ଓ ନବାନ୍ନ ଲାଗି ପରେ ସମସ୍ତେ ମିଶି ନୂଆ ଖାଇଥିଲେ । ବୌଦ୍ଧ ଜିଲ୍ଲାର କସୁରବନ୍ଧ ଗ୍ରାମରେ ପାରମ୍ପାରିକ ରୀତିନୀତି ଅନୁସାରେ ଆଦିବାସୀ ସମ୍ପ୍ରଦାୟ ମିଶି ନୂଆଖାଇବା ସହ ଜୁହାର ଭେଟ ପାଳନ କରିଥିଲେ ।

ସେହିପରି ଜିଲ୍ଲାର ବାଉଁଶୁଣୀ, ସାହାଜପାଲ, ଦହ୍ୟା, ମନମୁଣ୍ଡା, ପଲସାଗୋରା,କଣ୍ଟାମାଳ, ଘଣ୍ଟାପଡା ଆଦି ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପାଳନ କରାଯାଇଥିଲା । କଣ୍ଟାମାଳ ବିଧାୟକ ମହୀଧର ରଣା ନିଜ ଗ୍ରାମରେ ସମ୍ପର୍କୀୟଙ୍କ ସହ ମିଶି ନୂଆଁଖାଇ ପାଳନ କରିଥିଲେ । ସେପଟେ ହରଭଙ୍ଗା ବ୍ଲକ ଚାରିଛକ ଠାରେ ଥିବା ବନଦୁର୍ଗା ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ନୂଆଁଖାଇ ଉତ୍ସବ ପାଳନ କରାଯାଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ଅନ୍ତେବାସୀଙ୍କ ସହିତ ମିଶି ନୂଆଁଖାଇ ଉତ୍ସବ ପାଳନ କରିଥିବା ନଜର ଆସିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details