ବୌଦ୍ଧ:ବିନା ଯୌତୁକ, ବିନା ବରଯାତ୍ରୀରେ ସମାପନ ହେଲା ବିବାହ ଉତ୍ସବ । ବର କନ୍ୟାଙ୍କ ପାଇଁ ଆର୍ଥିକ ସମସ୍ୟା ଓ ବୟସ ସମସ୍ୟା ସୃଷ୍ଟି ହେଉଥିବାବେଳେ କୋରୋନା କଟକଣା ନବ ଦମ୍ପତିଙ୍କ ପାଇଁ ହେଲା ବରଦାନ । ଦୀର୍ଘ ଦିନର ଥିବା ସମ୍ପର୍କ ଆର୍ଥିକ ସମସ୍ୟା ଯୋଗୁଁ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇପାରୁ ନଥିଲେ । ଶେଷରେ ଏହି ସୁଯୋଗ ଆଣିଦେଲା କୋରୋନା କଟକଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।
ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଗ୍ରାମର ମାନସ ସିଂ ଓ ଦହ୍ୟା ନିକଟସ୍ଥ ଖଇରମାଳ ଗ୍ରାମର ଚୁମକୀ ଉଭୟ ଉଭୟଙ୍କୁ ପସନ୍ଦ କରୁଥିଲେ । କିନ୍ତୁ ଉଭୟଙ୍କ ପାଇଁ ଅର୍ଥ ବଡ ସମସ୍ୟା ହୋଇ ରହିଥିଲା । ଏପରି ଭାବରେ ଉଭୟଙ୍କ ବୟସ ମଧ୍ୟ ଗଡି ଚାଲିଥିଲା । ଶେଷରେ ବର୍ତ୍ତମାନ କୋରୋନା କଟକଣା ଉଭୟଙ୍କ ପାଇଁ ବରଦାନ ହୋଇଛି । ତାଙ୍କ ସମସ୍ୟାକୁ ବୁଝିପାରି ବୌଦ୍ଧ ଯୁବ ଡୁମାଳ ପରିଷଦ ସେମାନଙ୍କୁ ସହାୟତାର ହାତ ବଢାଇଥିଲା ।