ଓଡିଶା

odisha

ETV Bharat / state

କୋରୋନା କଟକଣାକୁ ବେଖାତିର, ସପ୍ତାହନ୍ତ ସଟଡାଉନ ପରେ ବଜାରରେ ଅସମ୍ଭାଳ ଭିଡ - ବୌଦ୍ଧ କୋରୋନା କଟକଣା

ବୌଦ୍ଧରେ ଶନିବାର ଓ ରବିବାର ଦୁଇ ଦିନ ସପ୍ତାହନ୍ତ ସଟଡାଉନ ପରେ ସୋମବାର ବିଭିନ୍ନ ବଜାରରେ ପ୍ରବଳ ଭିଡ । ଅଧିକ ପଢନ୍ତୁ...

କୋରୋନା କଟକଣାକୁ ବେଖାତିର, ସପ୍ତାହାନ୍ତ ପରେ ବଜାରରେ ପ୍ରବଳ ଭିଡ
କୋରୋନା କଟକଣାକୁ ବେଖାତିର, ସପ୍ତାହାନ୍ତ ପରେ ବଜାରରେ ପ୍ରବଳ ଭିଡ

By

Published : Jun 1, 2021, 7:17 AM IST

ବୌଦ୍ଧ: କୋରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଉପର ମୁହାଁ ରହିଛି । ସେହିପରି ବୈଦ୍ଧ ଜିଲ୍ଲାରେ ମଧ୍ୟ ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ପୂର୍ବପୋରି ରହିଛି । ଏପରି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ଆଦୌ ଦେଖାଯାଉନାହିଁ । ଦୁଇ ଦିନ ସପ୍ତାହନ୍ତ ସଟଡାଉନ ପରେ ବଜାରକୁ ଏପରି ଆସୁଛନ୍ତି ଯେପରି ବର୍ଷ ବର୍ଷ ଦୋକାନ ବନ୍ଦ ରହିଥିଲା ।

କୋରୋନା କଟକଣାକୁ ବେଖାତିର, ସପ୍ତାହାନ୍ତ ପରେ ବଜାରରେ ପ୍ରବଳ ଭିଡ
ତେବେ ବୌଦ୍ଧରେ ଶନିବାର ଓ ରବିବାର ଦୁଇ ଦିନ ସପ୍ତାହନ୍ତ ସଟଡାଉନ ପରେ ସୋମବାର ବିଭିନ୍ନ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଜିଲ୍ଲା ବଜାର ସମେତ ସାହାଜପାଲ, ନାରାୟଣନଗର, ବାଉଁଶୁଣୀ, ପୁରୁଣାକଟକ, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ ଭଳି ଅଞ୍ଚଳରେ ଥିବା ବଜାରଗୁଡିକରେ ନାହିଁ ନଥିବା ଗହଳି ଦେଖାଯାଇଥିଲା । ସେପଟେ ଜିଲ୍ଲାରୁ ପୁଣି 209 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲ୍ଲାରେ ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବ ଭଳି ବଢିଚାଲିଛି ।ତେବେ ଗତ ମାସକ ମଧ୍ୟରେ ବୌଦ୍ଧ କୋଭିଡ ସେଣ୍ଟରରେ କୋଡିଏରୁ ଯୁବ ବର୍ଗଙ୍କ କରୋନା ଜନିତ ମୃତ୍ୟୁକୁ ନେଇ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି ।

ଏଭଳି ମହାମାରୀ ଯୋଗୁଁ ଅନେକ ଲୋକ ନିଜ ଜୀବିକା ପରିବର୍ତ୍ତନ କରିସାରିଲେଣି । ସେପଟେ କୋରୋନା ଯୋଦ୍ଧା ସାମ୍ବାଦିକ ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାର ନିକଟରେ ବୌଦ୍ଧ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାରାଣୀ ବଳିଆରସିଂ ପହଞ୍ଚି ସମବେଦନା ଜଣାଇବା ସହ ପରିବାରକୁ ସହାୟତା ପାଇଁ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details