ଓଡିଶା

odisha

ETV Bharat / state

Post-Polls Violence: ଦହ୍ୟା ହିଂସାକାଣ୍ଡକୁ ନେଇ ଥାନା ଘେରିଲେ ଶତାଧିକ ମହିଳା - ଦହ୍ୟା ହିଂସାକାଣ୍ଡକୁ ନେଇ ଥାନା ଘେରିଲେ ଶତାଧିକ ମହିଳା

ବୌଦ୍ଧ ଜିଲ୍ଲାରେ ଲାଗି ରହିଛି ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡ । ଦହ୍ୟା ବୋମାମାଡ଼ ଘଟଣାକୁ ନେଇ ଏବେ ମନମୁଣ୍ଡା ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା । ଅଧିକ ପଢନ୍ତୁ

Post-Election Violence: ଦହ୍ୟା ହିଂସାକାଣ୍ଡକୁ ନେଇ ଥାନା ଘେରିଲେ ଶତାଧିକ ମହିଳା
Post-Election Violence: ଦହ୍ୟା ହିଂସାକାଣ୍ଡକୁ ନେଇ ଥାନା ଘେରିଲେ ଶତାଧିକ ମହିଳା

By

Published : Mar 5, 2022, 5:24 PM IST

ବୌଦ୍ଧ:ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଜିଲ୍ଲା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ଚିନ୍ତାରେ ଜିଲ୍ଲା ପୋଲିସ । ଦହ୍ୟା ବଜାର ଅଞ୍ଚଳରେ ବୋମାମାଡ ତଥା ଗୁଳିକାଣ୍ଡ ଘଟଣାରେ ପୋଲିସ ୧୩ ଜଣଙ୍କୁ ଗିରଫ କରିବା ପରେ ଶୁକ୍ରବାର ମନମୁଣ୍ଡା ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା ।

ଜିଲ୍ଲାର ରକ୍ସା ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ଲାଗି ରହୁଛି ଉତ୍ତେଜନା । ରକ୍ସା ପଞ୍ଚାୟତ ଚାଉଁରୀଆ ପଦର ବୁଥରେ ସାନି ମତଦାନ ପରେ ଉଭୟ ବିଜୟୀ ଗୋଷ୍ଠୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ଲାଗି ରହୁଛି ହିଂସାକାଣ୍ଡ । ଗତ ତିନି ଦିନ ପୂର୍ବରୁ ଦହ୍ୟା ବଜାର ଅଞ୍ଚଳରେ ବୋମାମାଡ ତଥା ଗୁଳିକାଣ୍ଡ ଘଟି ୩ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ହିଂସାକାଣ୍ଡ ସହ ଜଡିତ ୧୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିସାରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସର ଏକ ପ୍ଲାଟୁନ ଫୋର୍ସ ଦହ୍ୟା ଠାରେ ମୁତୟନ ହୋଇଛନ୍ତି । କିନ୍ତୁ ତଥାପି ମଧ୍ୟ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଶୁକ୍ରବାର ଦହ୍ୟା ଅଞ୍ଚଳର ଶତାଧିକ ମହିଳା ପୋଲିସର ଭୂମିକାକୁ ନେଇ ମନମୁଣ୍ଡା ଥାନା ଘେରାଉ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details