ବୌଦ୍ଧ: ଜିଲ୍ଲାର ଶହେରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । କେନ୍ଦୁପତ୍ର ଓ ମହୁଲ ସଂଗ୍ରହ କରିବାକୁ ସ୍ଥାନୀୟ ଲୋକେ ହିଁ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜନସଚେତନତାର ଅଭାବରୁ ସ୍ଥାନୀୟ ବାସିନ୍ଦା ପ୍ରତ୍ୟେକ ବର୍ଷ ଏଭଳି କାଣ୍ଡ କରୁଛନ୍ତି ।
ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା - ବୌଦ୍ଧରେ ଅଗ୍ନିକାଣ୍ଡ
ଶହେରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । କେନ୍ଦୁପତ୍ର ଓ ମହୁଲ ସଂଗ୍ରହ କରିବାକୁ ସ୍ଥାନୀୟ ଲୋକେ ହିଁ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ
![ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା](https://etvbharatimages.akamaized.net/etvbharat/prod-images/768-512-14879273-thumbnail-3x2-boudh1.jpg)
ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା
ବୌଦ୍ଧ ଜଙ୍ଗଲରେ ଲାଗିଛି ନିଆଁ, ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଆଶଙ୍କା
ଏହାଦ୍ବାରା ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ବନ୍ୟଜନ୍ତୁମାନେ ପ୍ରଭାବିତ ହୋଇଛନ୍ତି । ଏହାଛଡା ଜଙ୍ଗଲ ନିଆଁ ଯୋଗୁଁ ରାସ୍ତାଘାଟ, ଜନବସତି ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ବନ ବିଭାଗ କର୍ମଚାରୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଏ ଦିଗରେ ବନ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ