ଓଡିଶା

odisha

ETV Bharat / state

ସରକାରୀ ଯୋଜନାକୁ ଆଖି ଠାର, ଜରି ପାଲ ତଳେ ରହୁଛନ୍ତି ୧୦ ପରିବାର - ଜରିପାଲ ତଳେ ବିତୁଛି ଦଳିତ ପରିବାରଙ୍କ ଜୀବନ

ଜରିପାଲ ତଳେ ବିତୁଛି ଦଶରୁ ଊର୍ଦ୍ଧ୍ବ ଦଳିତ ପରିବାରଙ୍କ ଜୀବନ(many families living under polythene in Boudh) । ଗୁହାରି କଲେ ବି ମିଳୁନି ସରକାରୀ ଯୋଜନାରେ ଘର । ଅଧିକ ପଢନ୍ତୁ

many families living under a polythene due to lack of govt assistance in boudh
ସରକାରୀ ଯୋଜନାକୁ ଆଖି ଠାର, ଜରି ପାଲ ତଳେ ରହୁଛନ୍ତି ୧୦ ପରିବାର

By

Published : Aug 21, 2022, 10:54 PM IST

ବୌଦ୍ଧ:ଭଙ୍ଗା ଦଦରା ତଥା ଜରିପାଲ ଟଣା ମାଟି ଘରେ ବିତୁଛି ଦଶରୁ ଊର୍ଦ୍ଧ୍ବ ଦଳିତ ପରିବାରଙ୍କ ଜୀବନ ()many families living under polythene in Boudh। ବର୍ଷବର୍ଷ ଧରି ଏଭଳି ଭାବରେ ଜୀବନ ବିତାଉଛନ୍ତି ଆଦିବାସୀ ପରିବାର । ବୌଦ୍ଧ ଜିଲ୍ଲା ସଦର ବ୍ଲକର ଠିକ ସମ୍ମୁଖରେ ଥିବା ଭାଲିଆପଦର ଗ୍ରାମର ଦଳିତ ବସ୍ତିରେ କିଛି ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଦୁଇ ପିଢ଼ି ହେଲା ବସବାସ କରୁଛନ୍ତି କୋଡିଏରୁ ଊର୍ଦ୍ଧ୍ବ ଦଳିତ ପରିବାର।

ସରକାରୀ ଯୋଜନାକୁ ଆଖି ଠାର, ଜରି ପାଲ ତଳେ ରହୁଛନ୍ତି ୧୦ ପରିବାର

ଆଶ୍ଚର୍ଯ୍ୟର କଥା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ଆଦିବାସୀ ବସ୍ତି ଉପରେ କାହାରି ନଜର ପଡୁନାହିଁ । ଦଶରୁ ଊର୍ଦ୍ଧ୍ବ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡେ ସ୍ବପ୍ନ ହୋଇଥିବା ବେଳେ ଏନେଇ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ଦୀପ ତଳ ଅନ୍ଧାର ଭଳି ଏଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଦଶରୁ ଅଧିକ ଗରିବ ପରିବାର । ସେପଟେ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁଁ ଏକାଧିକ ପରିବାରର ମାଟିଘର ଭୁଷୁଡି ମାଟିରେ ମିଶି ଯାଇଛି । ଫଳରେ ସେମାନଙ୍କ ଦୁଃଖ ଦ୍ବିଗୁଣିତ ହୋଇଛି । ତୁରନ୍ତ ଏହି ଗରିବ ପରିବାର ଗୁଡିକୁ ଚିହ୍ନଟ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details