ଓଡିଶା

odisha

ବିଦ୍ୟୁତ ଅବ୍ୟବସ୍ଥା ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

By

Published : Jun 4, 2020, 10:02 PM IST

ବିଦ୍ୟୁତର ବ୍ୟାପକ ଅବ୍ୟବସ୍ଥା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି ଯାହାଫଳର କଣ୍ଟାମାଳ ବିଜେପି ପକ୍ଷରୁ ଗୁରୁବାର ମନମୁଣ୍ଡା ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଅଧିକ ପଢ଼ନ୍ତୁ...

Manomunda Electric office gherao, Kantamal BJP youth morcha, ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ, ବୌଦ୍ଧ ଖବର, boudha news
କଣ୍ଟାମାଳ ବିଜେପି ପକ୍ଷରୁ ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ବୌଦ୍ଧ: ବିଦ୍ୟୁତ ଅବ୍ୟବସ୍ଥାକୁ ନେଇ କଣ୍ଟାମାଳ ବିଜେପି ପକ୍ଷରୁ ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଘେରାଉ ହୋଇଛି ।

କଣ୍ଟାମାଳ ବିଜେପି ପକ୍ଷରୁ ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

କଣ୍ଟାମାଳ ବ୍ଲକରେ ବିଦ୍ୟୁତର ବ୍ୟାପକ ଅବ୍ୟବସ୍ଥା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଆଧାର କରି କଣ୍ଟାମାଳ ବିଜେପି ପକ୍ଷରୁ ଗୁରୁବାର ମନମୁଣ୍ଡା ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି କର୍ମୀ ମାନେ ଧାରଣାରେ ବସିଥିଲେ ।

କଣ୍ଟାମାଳ ବିଜେପି ପକ୍ଷରୁ ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

କର୍ମୀ ମାନେ କାର୍ଯ୍ୟାଳୟ ଘେରାଉ କରିବା ପରେ ଶେଷରେ ମନମୁଣ୍ଡା ପୋଲିସର ଉପସ୍ଥିତିରେ ସାଉଥକୋ ବୌଦ୍ଧ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଚେତାବନୀ ଦେଇଛନ୍ତି । ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯିବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details