ବୌଦ୍ଧ: ଧାନମଣ୍ଡିରେ ଲାଗି ରହିଛି ସମସ୍ୟା । ଜିଲ୍ଲାର ମଣ୍ଡିରେ ଚାଷୀର ଧାନ ଗଦା ହୋଇ ପଡିରହିଛି । ଏ ସମସ୍ୟା ସମ୍ପର୍କରେ ସମବାୟ ବିଭାଗ କି ଯୋଗାଣ ବିଭାଗକୁ ଫୋନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପରିସ୍ଥିତି ଏପରି ହୋଇଛି ଯେ,ଅନେକ ସମୟରେ ମୋବାଇଲ ମଧ୍ୟ ସୁଇଚ ଅପ କରି ଦିଆଯାଉଛି । ଚାଷୀର ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବଢି ଯାଉଛି । ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମୋବାଇଲ ସିମକାର୍ଡ ନିଅ, ଚାଷୀଙ୍କ ଦୁଃଖ ବୁଝ: ବିଜେପି ଯୁବ ମୋର୍ଚ୍ଚା - ଧାନମଣ୍ତିରେ ଲାଗି ରହିଛି ସମସ୍ୟା
ବୌଦ୍ଧର ବିଭିନ୍ନ ଧାନମଣ୍ତିରେ ଲାଗି ରହିଛି ସମସ୍ୟା । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ । ମୋବାଇଲ ସିମକାର୍ଡ ପ୍ରଦାନ । ଅଧିକ ପଢନ୍ତୁ...
ଏହାର ପ୍ରତିବାଦ କରିବାକୁ ଯାଇ ଗୁରୁବାର ସଂଧ୍ୟାରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ କରିବା ସହିତ ଏକ ମୋବାଇଲ ଫୋନ ଓ ସିମ ପ୍ରଦାନ କରିବାକୁ ଯାଇଥିଲା ।ତେବେ ଗୁରୁବାର ଜିଲ୍ଲାପାଳ ଏନେଇ ଏକ ଜରୁରୀ ବୈଠକ ଡାକି ବିଭିନ୍ନ ଧାନମଣ୍ଡିରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଟୋକନ ଓ ଟାର୍ଗେଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏନେଇ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଯୋଗାଣ ଅଧିକାରୀ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ