ଓଡିଶା

odisha

ETV Bharat / state

ନଦୀସ୍ରୋତରେ ବୁଡିଯାଇ ନିଖୋଜକୁ କୋଡିଏ ଦିନ, ଦୁର୍ଦ୍ଦିନରେ ପରିବାର - ବୌଦ୍ଧ ନିଖୋଜ ଖବର

ବୌଦ୍ଧ ନଦୀରେ ଗାଧୋଇବା ସମୟରେ ବୁଡିଯାଇ ନିଖୋଜକୁ କୋଡିଏ ଦିନ ବିତିଲାଣି । ହେଲେ ନା ତାଙ୍କ ମୃତଦେହ ମିଳୁଛି ନା କୌଣସି ଖୋଜଖବର ଏନେଇ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ...

man missing last 20 days in boudha
ନଦୀସ୍ରୋତରେ ବୁଡିଯାଇ ନିଖୋଜକୁ କୋଡିଏ ଦିନ,ଦୁର୍ଦ୍ଦିନରେ ପରିବାର

By

Published : Feb 21, 2021, 10:05 PM IST

ବୌଦ୍ଧ: ପାହାଡିଆ ନଦୀରେ ଗାଧୋଇବା ସମୟରେ ବୁଡିଯାଇ ନିଖୋଜକୁ କୋଡିଏ ଦିନ ବିତିଲାଣି । ହେଲେ ନା ତାଙ୍କ ମୃତଦେହ ମିଳୁଛି ନା କୌଣସି ଖୋଜଖବର। ସେପଟେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି ନିଖୋଜଙ୍କ ପରିବାର ।

ନଦୀସ୍ରୋତରେ ବୁଡିଯାଇ ନିଖୋଜକୁ କୋଡିଏ ଦିନ,ଦୁର୍ଦ୍ଦିନରେ ପରିବାର

ପାହାଡିଆ ନଦୀରେ ଗାଧେଇବା ବେଳେ ନଦୀ ସୁଅରେ ବୁଡିଯାଇ ନିଖୋଜକୁ କୋଡିଏ ଦିନ ବିତିଲାଣି ।ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ କୌଣସି ଖୋଜ ଖବର କିମ୍ବା କିଛି ସୂଚନା ନାହିଁ ।ଏପରିକି ପୋଲିସ ନିକଟରେ ମଧ୍ୟ କୌଣସି ସୂଚନା ନାହିଁ ।ଫଳରେ ଅନେକ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କୁ ମୃତ ବୋଲି ଧରିନେଲେଣି । ଏନେଇ ସର୍ବପ୍ରଥମେ ଇଟିଭି ଭାରତ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିଛି । ବୌଦ୍ଧ ଜିଲ୍ଲାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ପଞ୍ଚାୟତ ଗୁରୁଜିମୁଣ୍ଡା ଗ୍ରାମର ନିରଞ୍ଜନ କହଁର ଗତ କୋଡିଏ ଦିନ ପୂର୍ବରୁ ନିକଟସ୍ଥ ଜଙ୍ଗଲରୁ କାଠକାଟି ଫେରିବା ପରେ ସାଲୁଙ୍କୀ ନଦୀର ଗମ୍ଭୀରା ଦରହରେ ଗାଧୋଇବାକୁ ଯାଇଥିଲେ । ସେଠାରେ ସେ ନଦୀ ସ୍ରୋତରେ ଖସି ପଡି ବୁଡିଯାଇଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

ତେବେ ଦୀର୍ଘ କୋଡିଏ ଦିନ ପରେ ମଧ୍ୟ ତାଙ୍କ କୌଣସି ଖୋଜ ଖବର ନମିଳିବାରୁ କିମ୍ବା ନିରଞ୍ଜନଙ୍କ ମୃତଦେହ ନମିଳିବାରୁ ପରିବାର ଲୋକ ନାନା ଆଶା ଆଶଙ୍କାରେ ରହିଛନ୍ତି । ଏନେଇ ପୋଲିସ ନିକଟରେ ମଧ୍ୟ କୌଣସି ପ୍ରକାର ସୂଚନା ନଥିବା ଜଣାପଡିଛି । ନିଖୋଜଙ୍କ ପରିବାର ନିକଟରେ ସମ୍ବଳ କହିଲେ ଗୋଟିଏ ନିର୍ମାଣ ଶ୍ରମିକ କାର୍ଡ ଖଣ୍ଡିକ ରହିଛି । ତେବେ ନିଖୋଜଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଉକ୍ତ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ତାଙ୍କ ପତ୍ନୀ ଇଟିଭି ଭାରତ ଜରିଆରେ ଆକୁଳ ନିବେଦନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details