ବୌଦ୍ଧ:କୋରୋନା କଟକଣା ଯୋଗୁଁ ଜିଲ୍ଲାରେ ଫିକା ପଡି଼ଲା ମକର ସଂକ୍ରାନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମକର ସଂକ୍ରାନ୍ତି ପାଇଁ ଜିଲ୍ଲାର ସମସ୍ତ ମଠ ମନ୍ଦିର ତଥା ଧାର୍ମିକ ପୀଠ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କଟକଣା ଯୋଗୁଁ ମକର ସଂକ୍ରାନ୍ତି ପାଇଁ ପ୍ରସିଦ୍ଧ, ସ୍ଥାନ ଗୁଡିକ ଫାଙ୍କା ପଡିଥିବା ଦେଖିବାକୁ ମିଳିଛି ।
ମହାନଦୀ ଗର୍ଭରେ ଅବସ୍ଥିତ ପ୍ରାୟ ଶହେ ବର୍ଷର ସିଦ୍ଧ ହନୁମାନ ପୀଠରେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଧୁମଧାମରେ ପାଳନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଖାଲି ପଡିଥିଲା । ଜିଲ୍ଲାର ପ୍ରସିଦ୍ଧ ପଲସାଗୋରାର ମକର ମେଳା ଗତ ୨ ବର୍ଷ ହେଲା ବନ୍ଦ ରହିଥିବା ବେଳେ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହନୁମାନ ପୀଠରେ ମଧ୍ୟ କଟକଣା କାରଣରୁ ଅଳ୍ପ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଞ୍ଚିଥିଲେ ।