ବୌଦ୍ଧ: ଜିଲ୍ଲାର ଏକମାତ୍ର NAC ଅଧ୍ୟକ୍ଷ ପଦ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିଛି । ୧୭ଟି ୱାର୍ଡକୁ ନେଇ ବୌଦ୍ଧ NAC ଗଠିତ ।
ପୌର ଫାଇଟ: ବୌଦ୍ଧରେ ଶେଷ ଦିନରେ ନାମାଙ୍କନ ଭରିବେ ରାଜନୈତିକ ଦଳ ପ୍ରାର୍ଥୀ - ବୌଦ୍ଧରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି
ଜିଲ୍ଲାର ଏକମାତ୍ର NAC ଅଧ୍ୟକ୍ଷ ପଦ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ଅଧିକ ପଢ଼ନ୍ତୁ
ପୂର୍ବରୁ କେବଳ ଦୁଇଜଣ ବରିଷ୍ଠ ନାଗରିକ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଠାରେ NAC ଅଧ୍ୟକ୍ଷ ପଦ ପାଇଁ ଜିଲ୍ଲାର ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ନାମ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ । ସୋମବାର ସକାଳୁ ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ତା ସହିତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ନେଇ ଆକଳନ କରାଯାଉଛି ।
ରବିବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ବ ନାମାଙ୍କନପତ୍ର ଫର୍ମ ପୌର କାର୍ଯ୍ୟାଳୟରୁ ବିକ୍ରି ହୋଇଛି । ଏହାକୁ ନେଇ ପୌର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସ୍ବଚ୍ଛ ତଥା ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦିଆଯାଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ