ବୌଦ୍ଧ: ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ବରରେ ପୀଡ଼ିତ ମହାପ୍ରଭୁ ଉପଚାର ପରେ ସୁସ୍ଥ ହେବାରେ ଲାଗିଛନ୍ତି । ବୌଦ୍ଧର ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ଆସନ୍ତାକାଲି(ଶୁକ୍ରବାର) ନବଯୌବନ ଦର୍ଶନ ଦେବେ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟି ।
ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ - boudha rathayatra
ବୌଦ୍ଧସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ଶୁକ୍ରବାର ନେତ୍ରୋତ୍ସବରେ ଦେବେ ନବଯୌବନ ଦର୍ଶନ । ଦଶମୂଳ ପାଚନ ସେବନ ପରେ ସୁସ୍ଥ ହେଉଛନ୍ତି ବଡଠାକୁର । ଅଧିକ ପଢନ୍ତୁ...
![ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ](https://etvbharatimages.akamaized.net/etvbharat/prod-images/768-512-12395608-thumbnail-3x2-bdh.jpg)
ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ
ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ
ତେବେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଗୁଣ୍ଡିଚା ଯାତ୍ରା କେବଳ ମନ୍ଦିର ପରିସରରେ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ । ସେପଟେ ଏହି ଜଗନ୍ନାଥ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏକ କୋଟି ଟଙ୍କାରେ ଅନେକ ବିକାଶମୂଳକ କାର୍ଯ୍ୟ ସହିତ ମନ୍ଦିର ସଂଲଗ୍ନ ଜରିଖଣ୍ଡି ବା ଗଡଖାଇର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ