ବୌଦ୍ଧ: ମହାନଦୀରେ ବନ୍ୟା ଜଳ ନିଷ୍କାସନ ଫଳରେ ବୌଦ୍ଧ ଜିଲ୍ଲାରେ ରାସ୍ତା ଉପରେ ବନ୍ୟାପାଣି । ତିନି ଦିନ ହେଲା ଯୋଗାଯୋଗୋ ବିଛିନ୍ନ, ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି ।
ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ତଥା ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ସମେତ ତେଲନଦୀ,ବାଘନଦୀ,ସାଲୁଙ୍କୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ପ୍ରାଚୀନ ଜଗନ୍ନାଥ ସଡକର କେତେକ ସ୍ଥାନରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି । ଜଗନ୍ନାଥ ସଡକର ହାଟଗାଁ ଠାରେ ପଖାଳଖାଇ ଯୋର ଉପରେ ପ୍ରାୟ ପାଞ୍ଚ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା 15 ଟି ପଞ୍ଚାୟତର ଲୋକ ପ୍ରଭାବିତ ହୋଇଛନ୍ତି ।