ଓଡିଶା

odisha

ସରିଲା ଅବଧି ହେଲେ ଧଳପୁର ମହାନଦୀ ସେତୁ କାର୍ଯ୍ୟ ଅସମ୍ପୂର୍ଣ୍ଣ

By

Published : Feb 21, 2020, 5:30 PM IST

ବହୁ ପ୍ରତୀକ୍ଷିତ ଧଳପୁରରୁ ଆଠମଲ୍ଲିକକୁ ସଂଯୋଗ କରୁଥିବା ମହାନଦୀ ସେତୁ କାର୍ଯ୍ୟ ବିଳମ୍ବକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ । ଅବଧି ସରିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଅଧିକ ପଢନ୍ତୁ...

mahanadi-bridge-problem-in-boudh-district
ନିର୍ମାଣ ଅବଧି ସରିଲା କିନ୍ତୁ ଧଳପୁରରୁ ଆଠମଲ୍ଲିକକୁ ସଂଯୋଗ କରୁଥିବା ମହାନଦୀ ସେତୁ କାର୍ଯ୍ୟ ଅସମ୍ପୂର୍ଣ୍ଣ

ବୌଦ୍ଧ: ନିର୍ମାଣ ଅବଧି ଶେଷ ହୋଇଗଲାଣି । କିନ୍ତୁ ଆଉ ଆଗେଇ ପାରୁନାହିଁ ବହୁ ପ୍ରତୀକ୍ଷିତ ଧଳପୁରରୁ ଆଠମଲ୍ଲିକକୁ ସଂଯୋଗ କରୁଥିବା ମହାନଦୀ ସେତୁ କାର୍ଯ୍ୟ । ଅଧପନ୍ତରିଆ ଅବସ୍ଥାରେ ପଡି ରହିଥିବା କାର୍ଯ୍ୟ ଧିମେଇ ଧିମେଇ ଚାଲିଛି ସେତୁ କାର୍ଯ୍ୟ । ଅବଧି ସରିଯାଇଥିବାବେଳେ ଏପର୍ଯ୍ୟନ୍ତ ସେତୁର ପିଲାର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଅଞ୍ଚଳବାସୀ କ୍ଷୁବ୍ଧ ହୋଇଛନ୍ତି ।

ନିର୍ମାଣ ଅବଧି ସରିଲା କିନ୍ତୁ ଧଳପୁରର ମହାନଦୀ ସେତୁ କାର୍ଯ୍ୟ ଅସମ୍ପୂର୍ଣ୍ଣ

ବୌଦ୍ଧ ଜିଲ୍ଲାର ଧଳପୁର ନିକଟରେ ଚାଲିଥିବା ମହାନଦୀ ସେତୁର କାର୍ଯ୍ୟ ଆଜି ପର୍ଯ୍ୟନ୍ତ । ଏହି ବହୁ ପ୍ରତୀକ୍ଷିତ ସେତୁର ଶିଳାନ୍ୟାସ 2016 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ଏହି ସେତୁର ନିର୍ମାଣ କାର୍ଯ୍ୟ ଗୁଜୁରାଟର ରଣଜିତ ବିଲ୍ଡକନକୁ ପ୍ରଦାନ କରାଯାଇଥିଲା । ମୋଟ 86 ଟି ପିଲାର ଓ ପ୍ରାୟ ପାଞ୍ଚ କିଲୋମିଟର ଦୀର୍ଘ ବିଶିଷ୍ଟ ଏହି ସେତୁର ମୋଟ ବ୍ୟୟ ଅଟକଳ 168.91 କୋଟି ରହିଥିଲା । କିନ୍ତୁ ଗତ ଡିସେମ୍ବର ମାସରେ ଏହି ସେତୁର ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କେତୋଟି ପିଲାର ମଧ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଏହା କେବେ ସମ୍ପୂର୍ଣ୍ଣ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ ।

ଗତବର୍ଷ କମ୍ପାନୀ ପକ୍ଷରୁ ଇଟିଭି ଭାରତ ଆଗରେ ଡିସେମ୍ବର 2019 ସୁଦ୍ଧା ସେତୁ କାର୍ଯ୍ୟ ସରିବ ବୋଲି ସଫେଇ ଦିଆଯାଇଥିଲେ ମଧ୍ୟ ଏହା ଏଵେ କେଉଁ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ ତାର ସୂଚନା କମ୍ପାନୀ ଦେଇପାରୁନାହିଁ । ଏପଟେ ଦୀର୍ଘଦିନରୁ ଏହି ସେତୁର ସ୍ବପ୍ନ ଦେଖୁଥିବା ଅଞ୍ଚଳବାସୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details