ବୌଦ୍ଧ: ଜିଲ୍ଲାରେ ପାଳିତ ହୋଇଯାଇଛି ଆନନ୍ଦ ଓ ଶ୍ରଦ୍ଧାର ପର୍ବ ମହାଖଳା ଉତ୍ସବ । ଏହି ନିଆରା ଉତ୍ସବକୁ କେତେକ ଛତ୍ରଯାତ୍ରା ବୋଲି ମଧ୍ୟ ଅଭିହିତ କରିଥାନ୍ତି ।
ଏହି ଉତ୍ସବ ପ୍ରକୃତପକ୍ଷେ ଡୁମାଳ ସଂପ୍ରଦାୟର ବର୍ଷର ସବୁଠାରୁ ବଡପର୍ବ । ଆଶ୍ବୀନ ମାସର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଶାରଦୀୟ ପୂଜା ସହିତ କୁମାର ପୂର୍ଣ୍ଣିମାରେ ସମାପ୍ତ ହୋଇଥାଏ । ଡୁମାଳ ସଂପ୍ରଦାୟର ଇଷ୍ଟଦେବୀ ମାହେଶ୍ବରୀଙ୍କ ଘଟ ଗ୍ରାମ ପରିକ୍ରମା ପରେ ଡିମୁଳ ବା ଗାଁ ପୀଠକୁ ବିଜେ କରି ରାତି ତମାମ ବିଭିନ୍ନ ଉପଚାରରେ ପୂଜା ପାଇଥାନ୍ତି ।