ବୌଦ୍ଧ: ମହାନଦୀରେ ଅନୁଷ୍ଠିତ ହେଲା ମହାଆଳତୀ । ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ମହାନଦୀ ବୌଦ୍ଧ ଜିଲ୍ଲାରେ ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟର ରୁ ଉର୍ଦ୍ଧ୍ବ ପ୍ରବାହିତ ହେଉଛି । ତେବେ ମହାନଦୀ ଦିନକୁ ଦିନ ଶୁଖିଯାଉଥିବା ବେଳେ ନଦୀ ଶଯ୍ୟା ଦୂଷିତ ହେବା ସହିତ ପୋତି ହୋଇପଡୁଛି । ତେବେ ମହାନଦୀ ର ସୁରକ୍ଷା ତଥା ଏହାର ଐତିହ୍ୟ କୁ ସ୍ମରଣ ପାଇଁ ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମହାନଦୀ ରେ ମହାଆଳତୀ ।
ବୌଦ୍ଧ ଜିଲ୍ଲା ସଦର ମହକୁମା ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ମହାନଦୀର ଘାଟ ଚିର ଘାଟ ଭାବରେ ପରିଚିତ। ଏନେଇ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ବିଭିନ୍ନ ସଂଗଠନ ତଥା ସମାଜ ପକ୍ଷରୁ ଏହି ମହାଆଳତୀ ର ଆୟୋଜନ କରାଯାଇଛି । ଏହି ପୀଠ ସମ୍ପର୍କରେ ବିଭିନ୍ନ ପୌରାଣିକ କାବ୍ୟକବିତା ରେ ବର୍ଣ୍ଣନା ଥିବା ବେଳେ ଏହି ଘାଟର ଉନ୍ନତି ପାଇଁ 1936 ମସିହାରେ ବୌଦ୍ଧ ଗଡଜାତର ଶେଷ ରାଜା ନାରାୟଣ ପ୍ରସାଦ ଦେବ ଓ ଦେଓ୍ବାନ ସଦାନନ୍ଦ ରାୟ ଖୁବ ପ୍ରଚେଷ୍ଟା କରିଥିଲେ । ତେବେ ଦୀର୍ଘ ବର୍ଷ ହେଲା ଏଠାରେ ମହାନଦୀ ଆଳତୀ ପାଇଁ ପ୍ରସ୍ତାବ ରହିଥିବା ବେଳେ ଆଜି ପବିତ୍ର ମାଘ ସପ୍ତମୀ ର ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଚିରଘାଟ ର ଏହି ପବିତ୍ର ପୀଠରେ ଏକତ୍ରିତ ହୋଇ 108 ମହାନଦୀ ଆଳତୀ ହୋଇଛି । ଏଭଳି ଐତିହାସିକ ମୂହୁର୍ତ୍ତରେ ଭାଗନେବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।