ଓଡିଶା

odisha

ETV Bharat / state

ସରକାରୀ ଉନ୍ନୟନ କାର୍ଯ୍ୟରେ ମଣିଷ ବଦଳରେ ମେସିନ କରୁଛି କାର୍ଯ୍ୟ

ଲକଡାଉନ ସମୟରେ ପ୍ରଭାବିତ ଗରିବ ଶ୍ରମିକଙ୍କ ପାଇଁ ସରକାର ଏମଏନଆର ଇଜିଏସ କାର୍ଯ୍ୟ ଜାରି ରଖିଛନ୍ତି । ତେବେ କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମଣିଷ ବଦଳରେ ମେସିନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।

ସରକାରୀ ଉନ୍ନୟନ କାର୍ଯ୍ୟ ରେ ମଣିଷ ବଦଳରେ ମେସିନ କରୁଛି କାର୍ଯ୍ୟ
ସରକାରୀ ଉନ୍ନୟନ କାର୍ଯ୍ୟ ରେ ମଣିଷ ବଦଳରେ ମେସିନ କରୁଛି କାର୍ଯ୍ୟ

By

Published : Jul 4, 2020, 10:40 AM IST

ବୌଦ୍ଧ: ଲକଡାଉନ ସମୟରେ ପ୍ରଭାବିତ ଗରିବ ଶ୍ରମିକଙ୍କ ପାଇଁ ସରକାର ଏମଏନଆର ଇଜିଏସ କାର୍ଯ୍ୟ ଜାରି ରଖିଛନ୍ତି । ତେବେ କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମଣିଷ ବଦଳରେ ମେସିନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।

ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମଣିଷ ବଦଳରେ କାର୍ଯ୍ୟ କରୁଛି ମେସିନ । ଲକଡାଉନ ଯୋଗୁଁ ଗରିବ ଶ୍ରମିକ ବିଶେଷ ପ୍ରଭାବିତ ହୋଇଥିବାରୁ ସେମାନଙ୍କ ଆର୍ଥିକ ସହାୟତା ପାଇଁ ସରକାର ଏନ ଆର ଇଜିଏସ କାର୍ଯ୍ୟ ଜାରି ରଖିଲେ । ତେବେ ବୌଦ୍ଧ ଜିଲ୍ଲାର କେତେକ ପଞ୍ଚାୟତ ରେ ଏହି କାର୍ଯ୍ୟ ମେସିନ ଯୋଗେ ଚାଲୁଥିବା ଅଭିଯୋଗ ହୋଇଛି ।

ବିଶେଷ ଭାବରେ ଉପାନ୍ତ ପଞ୍ଚାୟତ ଗୁଡିକରେ ରାତାରାତି ଏସବୁ ଉନ୍ନୟନ କାର୍ଯ୍ୟ ଜେସିବି ମେସିନ ଦ୍ବାରା କରାଯାଉଛି । ଖୋଦ ପିଡି ଡିଆରଡିଏ ଏହା ଉପରେ କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏ ସମ୍ପର୍କରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟ ନେଇ ସୂଚନା ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details