ଓଡିଶା

odisha

ETV Bharat / state

MGNREGSରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ - ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ । ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

MGNREGSରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ
MGNREGSରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ

By

Published : Jul 3, 2021, 5:02 PM IST

ବୌଦ୍ଧ: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ । ବ୍ଲକର ଅନେକ ପଞ୍ଚାୟତରେ ଏଭଳି ଦୁର୍ନୀତି ଚାଲିଥିଲେ ମଧ୍ୟ ବ୍ଲକ ପ୍ରଶାସନ ଚୁପ ବସିବାକୁ ନେଇ ଖୋଦ ଜିଲ୍ଲା ପରିଷଦ ସଭ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ବିଭିନ୍ନ ସ୍ଥାନରେ ପୋଖରୀ ଖୋଳା ଠାରୁ ରାସ୍ତା କାମ ଏମଜିଏନଆରଇଜିଏସରେ ଶ୍ରମିକମାନେ କାମ କରିବା ପାଇଁ କଡା ଆଇନ ରହିଛି । ହେଲେ କାମ ମେସିନ ମାଧ୍ୟମରେ କରାଯାଉଥିବା ଅଭିଯୋଗ ହୋଇଛି ।

MGNREGSରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ

ବୌଦ୍ଧ ଜିଲ୍ଲାର ବାଇଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକ ସରସରା, ରାଧାନଗର ଠାରୁ ଆରମ୍ଭ କରି ଆଢେଣୀଗଡ, କୁଶଙ୍ଗ, ତଳଗାଁ ରହିଛି । ଏଠାରେ ବସବାସ କରୁଥିବା ଶ୍ରମିକଙ୍କ ପାଇଁ ସରକାର ବର୍ଷର ଶହେ ଦିନର କାର୍ଯ୍ୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାମ ଯୋଗାଇ ଦେଇଛନ୍ତି ।

କିନ୍ତୁ ହରଭଙ୍ଗା ବ୍ଲକର ଅଧିକାଂଶ ପଞ୍ଚାୟତରେ ସରକାରଙ୍କ ଉନ୍ନୟନର ଏମଜିଏନଆରଇଜିଏସ କାର୍ଯ୍ୟ ଶ୍ରମିକଙ୍କ ବଦଳରେ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ କରାଯାଉଥିବା ନେଇ ଖୋଦ ସ୍ଥାନୀୟ ଜନ ପ୍ରତିନିଧି ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏସବୁ ଦୁର୍ନୀତି ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହେଉଛି । କିନ୍ତୁ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details