ଓଡିଶା

odisha

ETV Bharat / state

ବୌଦ୍ଧରେ କ୍ଷେତ୍ରପାଳିନୀଙ୍କ ଛତର ଯାତ୍ରା ଅନୁଷ୍ଠିତ - ଓଡିଶାର ଗଣପର୍ବ ନୂଆଁଖାଇ

ନୂଆଁଖାଇ ଅବସରରେ ବୌଦ୍ଧ ଜିଲ୍ଲାରେ ମାହେଶ୍ବରୀଙ୍କ ପ୍ରାଚୀନ ପୀଠ କ୍ଷେତ୍ରପାଳିନୀଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

Nuakhai
Nuakhai

By ETV Bharat Odisha Team

Published : Sep 21, 2023, 7:41 AM IST

Updated : Sep 21, 2023, 2:11 PM IST

maa khetrapalini Chhatar Jatra

ବୌଦ୍ଧ:ଗତକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ମାହେଶ୍ବରୀଙ୍କ ପ୍ରାଚୀନ ପୀଠ କ୍ଷେତ୍ରପାଳିନୀଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଛି । ସ୍ତମ୍ଭେଶ୍ବରୀ ଉପାସନାର ଅନ୍ୟତମ ପ୍ରାଚୀନ ପୀଠ କ୍ଷେତ୍ରପାଳିନୀଙ୍କ ପୀଠରୁ ୫ଟି ଛତର ବାହାରି ଗାଁ ପରିକ୍ରମା ପରେ ଭୋଳାନାଥଙ୍କ ମନ୍ଦିର ଠାରେ ପହଞ୍ଚିଥିଲେ । ଏହା ପରେ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ତେବେ ନୂଆଁଖାଇ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ସମସ୍ତେ ମିଳିମିଶି ନବାନ୍ନ ଭକ୍ଷଣ କରିଥିଲେ । କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଭକ୍ଷଣ ପରେ ସାଧାରଣ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହିତ ଜୁହାର ଭେଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାର ସଦରମହକୁମା ବୁଟୁପାଲି, କଳାଗ୍ରାମ ନାରାୟଣ ନଗର, ସାହାଜପାଲ, ବାଉଶୁଣୀ, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡ଼ା, ଖୁଣ୍ଟିଗୋରା, ଶୁଣ୍ଢିପଦର ଭଳି ଅନେକ ସ୍ଥାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗ୍ରାମଦେବତୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଜୁହାର ଭେଟ ପରମ୍ପରା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ- ନୂଆଖାଇ ପାଳିଲେ ବଲାଙ୍ଗୀରବାସୀ, ଦେବାଳୟରେ ପ୍ରବଳ ଭିଡ଼

ସେହିପରି ବୌଦ୍ଧ ସଦରମହକୁମାଠାରେ ଗେହ୍ଲା ମା' କଳା ନିକେତନ ପକ୍ଷରୁ ସ୍ଥାନୀୟ ମାଉସୀ ମା' ମନ୍ଦିର ପରିସରରେ ନୂଆଁଖାଇ ଭେଟଘାଟ ତିହାର ପାଳନ କରାଯାଇଥିଲା । ଗୋଟିଏ ପଟରେ ନୂଆଁଖାଇ ପାଇଁ ଗାଁଠାରୁ ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ବୌଦ୍ଧର ମାହେଶ୍ୱରୀ ପୀଠରେ ଡୁମାଳ ସମାଜ ପକ୍ଷରୁ ନବାନ୍ନ ଲାଗି ପାଇଁ ଭାଲିଆ ପତରରେ ଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା । ସେହିପରି ବାଉଶୁଣୀ ଗଡ଼ ଭିତରେ ପୂଜା ପାଉଥିବା ମାହେଶ୍ୱରୀ ତଥା ସ୍ତମ୍ବେଶ୍ବରୀ ଉପାସନାର ଅନ୍ୟତମ ପ୍ରାଚୀନ ପୀଠ କ୍ଷେତ୍ରପାଳିନୀ ମନ୍ଦିର ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦେବୀ କ୍ଷେତ୍ରପାଳିନୀଙ୍କ ପୀଠରୁ 5ଟି ଛତର ବାହାରି ବାଉଶୁଣୀର ଟିକିରାପଡ଼ା, ବଉଦିଆ ପଡ଼ା ଓ ସୋନପୁରିଆପଡ଼ା ପରିକ୍ରମା ପରେ ମହାନଦୀ କୂଳରେ ଥିବା ଭୁବନେଶ୍ବର ଭୋଳାନାଥଙ୍କ ପୀଠରେ ପହଞ୍ଚିଥିଲା । ଏହାପରେ ଭେଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଭଳି ନିଆରା ନୂଆଁଖାଇର ପାରମ୍ପରିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ଶହ ଶହ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 21, 2023, 2:11 PM IST

ABOUT THE AUTHOR

...view details