ବୌଦ୍ଧ: ଶନିବାରଠାରୁ ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଭୈରବୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ମାଆ ଭୈରବୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ଷୋହଳପୂଜା ଅତ୍ୟନ୍ତ ନିଷ୍ଠା ତଥା ଗୋପନୀୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିବା ବେଳେ ଶନିବାରଠାରୁ ଦେବୀ ଭୈରବୀଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି ।
ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ତଥା ବୌଦ୍ଧ ଜିଲ୍ଲାରେ ଅବସ୍ଥିିତ ମାଆ ଭୈରବୀ ପୀଠରେ ଶାରଦୀୟ ଷୋହଳପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଜାରି ରହିଛି । ପୁଅ ଜିଉନ୍ତିଆର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଦେବୀ ଭୈରବୀଙ୍କ ଗୁପ୍ତ ଷୋଳପୂଜା ଜାରି ରହିଥିବା ବେଳେ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ମାଆ ଭୈରବୀଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି । ଆସନ୍ତା କାଲିଠୁ ଅର୍ଥାତ ଶନିବାର ଦିନ ମହାଷ୍ଟମୀର ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାଆ ଭୈରବୀଙ୍କ ଦର୍ଶନ ପାଇପାରିବେ ବୋଲି ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ..ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା, ବୌଦ୍ଧରେ ମା' ଭୈରବୀଙ୍କ ପୀଠ ଚଳଚଞ୍ଚଳ
ପ୍ରାୟ ସମସ୍ତ ଶକ୍ତି ପୀଠରେ ଦେବୀ ଦର୍ଶନ ସାମାନ୍ୟ ରହୁଥିବା ବେଳେ ଭୈରବୀଙ୍କ ପୀଠରେ କିନ୍ତୁ ଏଥିରେ ଭିନ୍ନତା ରହିଆସିଛି । ମାଆ ଭୈରବୀଙ୍କ ନିକଟରେ ଷୋହଳପୂଜା ଅତ୍ୟନ୍ତ ଗୋପନୀୟ ଭାବରେ ତଥା ନିଷ୍ଠାର ସହିତ ଅନୁଷ୍ଠିତ ହୋଇଥାଏ । ଦେବୀ ଭୈରବୀଙ୍କ ମୂଳପୀଠ ଅର୍ଗଳିଆଠାରେ ସେବାୟତମାନେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ଜିଆକଟା ବିଜେସ୍ଥଳୀଠାରେ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା କରିଥାନ୍ତି ।