ଓଡିଶା

odisha

ETV Bharat / state

ଅଣସର ଘରେ ଶ୍ରୀଜିଉ, ଚାଲିଛି ଗୁପ୍ତନୀତି

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ ଥିବାବେଳେ ଚତୁର୍ଦ୍ଧା ମୂରତିଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି ସେବାୟତ ମାନେ । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ପ୍ରବଳ ଜ୍ବରରେ ପୀଡିତ ଚତୁର୍ଦ୍ଧା ମୂରତି ।

By

Published : Jun 27, 2019, 6:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଅଣସର ଘରେ ବଡ ଠାକୁର । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ପ୍ରବଳ ଜ୍ବରରେ ପୀଡିତ ଚତୁର୍ଦ୍ଧା ମୂରତି । ଏପଟେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ରୀତିନୀତି ଆଧାରରେ ବୌଦ୍ଧର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚାଲିଛି ଗୁପ୍ତନୀତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଷୋଡଶ ଉପଚାରରେ ତଥା ଗୁପ୍ତନୀତି ଅନୁସାରେ ଚାଲିଛି ଚତୁର୍ଦ୍ଧା ମୂରତିଙ୍କ ସେବା । ମନ୍ଦିର ଗର୍ଭ ଗୃହରେ ରାଧାମାଧବ ଓ ରାଧାକୃଷ୍ଣଙ୍କ ଭିନ୍ନ ଶୈଳୀରେ ପୂଜାର୍ଚ୍ଚନା ଚାଲିଛି । ଦୁଇ ଓଳା ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ପଣାଲାଗି ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ଭିନ୍ନ ପରିଚୟ । ଅନ୍ୟପଟେ ଭକ୍ତ ପଟିଦିଅଙ୍କ ଦର୍ଶନ କରି ଆକୁଳ ନୟନରେ ଜଗି ବସିଛନ୍ତି ନବଯୌବନ ଦର୍ଶନକୁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details