ଓଡିଶା

odisha

ETV Bharat / state

ଲୋକକଳା ଦିବସରେ ଷୋହଳ ସୁଆଙ୍ଗର ଝଲକ

ବୌଦ୍ଧ ଲୋକ କଳା ଦିବସ ପାଳନ । ଷୋଳଖାଡି ବାଦ୍ୟର ତାଳେ ତାଳେ ନୃତ୍ୟ କଲେ ଶବର ସମ୍ପ୍ରଦାୟ । ଦେଖିବାକୁ ମିଳିଲା ଷୋହଳ ସୁଆଙ୍ଗ ଦଣ୍ଡ ନୃତ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 14, 2019, 11:38 AM IST


ବୌଦ୍ଧ: ଲୋକକଳା ହେଉଛି ଗ୍ରାମାଞ୍ଚଳ ସାମାଜିକ ଜୀବନର ଏକ ଅଂଶ । ଏହା ସଂସ୍କୃତିର ବାର୍ତ୍ତା । ଜନଜୀବନର ପ୍ରତିଛବି ଏଥିରୁ ହିଁ ଜାଣିହୁଏ ମନୋରଞ୍ଜନର ଏହା ଥିଲା ଏକ ବଳିଷ୍ଠ ମାଧ୍ୟମ । ଆଜି ହେଉଛି ଲୋକ କଳା ଦିବସ । ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ କଳା ସଂସ୍କୃତି ସଂଘ ମିଳିତ ଭାବେ କଳାକାରଙ୍କୁ ନେଇ ଏକ ସମାରୋହର ଆୟୋଜନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧର ସ୍ବତନ୍ତ୍ର ପରିଚୟ ଷୋହଳ ସୁଆଙ୍ଗ ଦଣ୍ଡ ନୃତ୍ୟ । ଏହି ଷୋଳ ସୁଆଙ୍ଗ ନୃତ୍ୟର ପ୍ରମୁଖ ଆକର୍ଷଣ ଝାଲିଆ ଶବର ବୌଦ୍ଧ ଅଞ୍ଚଳର ପ୍ରାଚୀନ ଲୋକକଳାକୁ ସୂଚିତ କରିଥାଏ ।

ଶବର ସମ୍ପ୍ରଦାୟ ଯୁଗେ ଯୁଗେ ଆଧ୍ୟାତ୍ମିକ ବିଚାର ଧାରାରେ ବିଶ୍ୱାସ କରିଥିବା ବେଳେ ମୟୁରପୁଛ ଧାରଣ ସହ ଷୋଳଖାଡି ବାଦ୍ୟର ତାଳେ ତାଳେ ନୃତ୍ୟ କରି ନିଜର ମନର ଭାବନାକୁ ପରିପ୍ରକାଶ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details