ଓଡିଶା

odisha

ETV Bharat / state

ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ - lockup in gundulia rice mandi

ବୌଦ୍ଧ ଜିଲ୍ଲାର ସମବାୟ ସମିତି କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ଝୁଲୁଛି ତାଲା । ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି ଚାଷୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ
ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

By

Published : Jan 15, 2020, 10:06 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଗୁନ୍ଦୁଳିଆ ସେବା ସମବାୟ ସମିତିରେ ଦୀର୍ଘ ଦିନ ହେଲା ତାଲା ଝୁଲୁଛି । ଏବେ ସବୁଆଡେ ଧାନକ୍ରୟ ଚାଲିଥିବା ବେଳେ ଏହି ଅଞ୍ଚଳର ଚାଷୀ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

ଏପଟେ ସମବାୟ କମିଟିକୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଭାଙ୍ଗି ଦେଇଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଧାନ କିଣାବିକା ସମୟରେ ଏଭଳି ପରିସ୍ଥିତି ଯୋଗୁଁ ଚାଷୀ ନିଜଧାନକୁ ବସ୍ତାରେ ଭରି ଜଗି ରହିଛି । ନଚେତ ଦଲାଲ ହାତରେ କମ ଦରରେ ଟେକି ଦେବାକୁ ବାଧ୍ୟ ହେଉଛି ଚାଷୀ ।

ଏ ସମ୍ପର୍କରେ ଯୋଗାଣ ଅଧିକାରୀ କହିଛନ୍ତି ଯେ ଉକ୍ତ ସ୍ଥାନରେ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଆଗାମୀ ଦୁଇ ତିନି ଦିନରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details