ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସିଝୁଛି ସାରା ଜିଲ୍ଲା । ଗୋଟିଏ ପଟରେ ଗରମ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅନ୍ୟ ପଟରେ ବିଦ୍ୟୁତ ବିଭ୍ରାଟ ଓ ଲୋ ଭୋଲଟେଜ ସମସ୍ୟାରେ ଅତିଷ୍ଠ ସାଧାରଣ ମଣିଷ । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ରାଜରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ବିଦ୍ୟୁତ ଉପଭୋକ୍ତା ।
ପ୍ରବଳ ଗୁଳୁଗୁଳିରେ କଲବଲ କରୁଛି ଘନ ଘନ ବିଦ୍ୟୁତ୍ କାଟ, ରାସ୍ତାରେ ଉପଭୋକ୍ତା - ରାଜରାସ୍ତା ଅବରୋଧ କଲେ ଉପଭୋକ୍ତା
ଘନ ଘନ ବିଦ୍ୟୁତ କାଟ ଓ ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତା ଅବରୋଧ କଲେ ବିଦ୍ୟୁତ ଉପଭୋକ୍ତା । ଗୋଟିଏ ପଟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଅନ୍ୟ ପଟରେ ବିଦ୍ୟୁତ ସମସ୍ୟା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଅଧିକ ପଢ଼ନ୍ତୁ
ପ୍ରଚଣ୍ଡ ଗରମ ସାଙ୍ଗକୁ ବିଦ୍ୟୁତ ସମସ୍ୟା, ରାଜରାସ୍ତା ଅବରୋଧ କଲେ ଉପଭୋକ୍ତା
ପ୍ରଚଣ୍ଡ ଗରମ ସାଙ୍ଗକୁ ବିଦ୍ୟୁତ ସମସ୍ୟା, ରାଜରାସ୍ତା ଅବରୋଧ କଲେ ଉପଭୋକ୍ତା
ବୌଦ୍ଧ ଜିଲ୍ଲା ବଢିଗାଁ ବିଦ୍ୟୁତ ଫିଡର ଉପରେ ଚାରି ଗୋଟି ପଞ୍ଚାୟତର ପଚିଶରୁ ଊର୍ଦ୍ଧ୍ବ ଗ୍ରାମବାସୀ ବିଦ୍ୟୁତ ବ୍ୟବହାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ପ୍ରବଳ ଗରମ ସମୟରେ ଅଘୋଷିତ ବିଦ୍ୟୁତକାଟ ଏକ ସାଧାରଣ କଥା ହୋଇଥିବାରୁ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କୁ ଗୁହାରି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସକାଳୁ ବଢିଗାଁ ଛକ ଠାରେ ବିଦ୍ୟୁତ ଉପଭୋକ୍ତା ମାନେ ରାସ୍ତା ଅବରୋଧ କରିବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ