ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ଅବସ୍ଥାରେବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ଅନେକ ସ୍ଥାନରେ ଗାଁର ଥିବା ପିଣ୍ଡାରେ ନଚେତ୍ ଗଛ ମୂଳେ ବସି କୁନି କୁନି ପିଲାମାନେ ଖାଦ୍ୟ ଓ ଶିକ୍ଷା ଗ୍ରହଣ କରୁଛନ୍ତି । ଏଭଳି ଏକ ଅବ୍ୟବସ୍ଥା ଘେରରେ ଥିବା ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି ।
ଏହାମଧ୍ୟ ପଢନ୍ତୁ.. ଅଙ୍ଗନବାଡିରେ ଝୁଲୁଛି ତାଲା, ଖୋଲା ଆକାଶ ତଳେ ଚାଲିଛି ପାଠପଢା
ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଶହ ଶହ ଅଙ୍ଗନବାଡି କେନ୍ଦ୍ର ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ଅନେକ ଅଙ୍ଗନବାଡି କେନ୍ଦ୍ରଗୁଡିକ ଖୋଲା ଆକାଶ ତଳେ ନଚେତ୍ ଗଛ ମୂଳରେ ଚାଲୁଛି । ଘର ଅଭାବରୁ ପିଲାଙ୍କ ଖାଦ୍ୟ ରୋଷେଇ ମଧ୍ୟ ଖୋଲା ଆକାଶ ତଳେ ହେଉଛି । ଅନେକ ସ୍ଥାନରେ ଅଙ୍ଗନବାଡି ଗୃହ ନଥିବାରୁ ଗାଁର ପିଣ୍ଡାକୁ ପିଣ୍ଡା ଡେଇଁ ପିଲାମାନେ ପାଠ ପଢୁଛନ୍ତି । ବର୍ତ୍ତମାନ ଏଭଳି ସମସ୍ୟା ଘେରରେ ଥିବା ଅଙ୍ଗନବାଡି କେନ୍ଦ୍ର ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।