ବୌଦ୍ଧ: କାୟା ବିସ୍ତାର କରୁଛି କୋରୋନା । ବୌଦ୍ଧ ଜିଲ୍ଲାରେ ବ୍ୟାପିଛି ମହାମାରୀ ଭୟ । ପୂର୍ବରୁ ସବୁ କୋରୋନା ଆକ୍ରାନ୍ତ ମାମାଲା କ୍ବାରେଣ୍ଚାଇନ ସେଣ୍ଟରରୁ ଚିହ୍ନଟ ହେଉଥିବା ବେଳେ ଝାଡରାଜିଙ୍ଗ ଲୋକାଲ କେସ ଏବେ ଚିନ୍ତା ବଢାଇଛି । ସେପଟେ ଜିଲ୍ଲାର କିଛି ଅଧିକାରୀ ନିଜ ସମ୍ପର୍କୀୟ ଙ୍କୁ ରେଡଜୋନ ଅଞ୍ଚଳରୁ ଆଣି ରଖିଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ କ୍ବାରେନଟାଇନ ସେଣ୍ଟରରୁ ୫୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚାରିଛକ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଠାରେ ଏହା ଚିହ୍ନଟ ହୋଇଛି । ଏହା ପରେ ସ୍ଥାନୀୟ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି ।