ବୌଦ୍ଧ:କୋରୋନା ଯୁଦ୍ଧରେ ନିଜ ସହଯୋଗ ଦେବାପାଇଁ ଆଗେଇ ଆସିଲେ ଦୁଇ କୁନି ଭାଇଭଉଣୀ । ନିଜ ମାଟି କୁମ୍ପି ଭାଙ୍ଗି ତା ଭିତରେ ଥିବା ଅର୍ଥକୁ ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଜିଲ୍ଲାପାଳ ମଧ୍ୟ ଏହି ମହାମାରୀ ବିରୁଦ୍ଧ ଲଢେଇ ପାଇଁ ନିଜ ସାଧ୍ୟ ମୁତାବକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଇଟିଭି ଭାରତ ମାଧ୍ୟମରେ ଲୋକଙ୍କୁ ଅନୁରୋଧ କରିଛନ୍ତି ।
କୋରୋନା ବିରୁଦ୍ଧ ଲଢେଇ ପାଇଁ ଶିଶୁ ତୀରନ୍ଦାଜ ଖେଳାଳି ଟେନୀସା ମେହେର ନିଜ ନୂଆ ଧନୁତୀର ନ କିଣି ତାର ଅର୍ଥକୁ ଜିଲ୍ଲାପାଳଙ୍କୁ ଦାନ କରିଛନ୍ତି । ନିଜ କୁମ୍ପି ଟିକୁ ଭାଙ୍ଗି ତାର ସମସ୍ତ ଅର୍ଥକୁ ସେ ନିଜ ଭାଇ ସହ ମିଶି ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଜିଲ୍ଲାପାଳ ଏହି ଲଢେଇ ପାଇଁ ଅର୍ଥର ଆବଶ୍ୟକ ହେତୁ ଜିଲ୍ଲାବାସୀଙ୍କୁ ନିଜ ସାଧ୍ୟ ମୁତାବକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗ କରିବାକୁ ଇଟିଭି ଭାରତ ମାଧ୍ୟମରେ ଅନୁରୋଧ କରିଛନ୍ତି ।