ETV Bharat Odisha

ଓଡିଶା

odisha

ETV Bharat / state

ସମାଜ କଲା ବାସନ୍ଦ: 30 ବର୍ଷ ହେଲା ନିର୍ବାସିତଙ୍କ ଭଳି ଦଣ୍ଡ ଭୋଗୁଛନ୍ତି କମ୍ଭୁଧର - 222 ଜଣ କୁଷ୍ଠରୋଗୀଙ୍କୁ ଔଷଧ ବିତରଣ

ଦୀର୍ଘ ତିରିଶ ବର୍ଷ ଧରି ବିନା ସରକାରୀ ସହାୟତାରେ ସଂଘର୍ଷ କରୁଛନ୍ତି କୁଷ୍ଠ ରୋଗୀ । ସାମାଜିକ ବାସନ୍ଦ ଯୋଗୁଁ ସେ ନିଜସ୍ବ ଏକ କୁ଼ଡିଆରେ ରହୁଛନ୍ତି । ସରକାର କୁଷ୍ଠରୋଗ ମୁକ୍ତ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଥିଲେ ଏମାନଙ୍କ ପାଖରେ ଅପହଞ୍ଚ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଇଟିଭି ଭାରତ
author img

By

Published : Oct 26, 2019, 12:36 PM IST

ବୌଦ୍ଧ: ସାଧାରଣ ଭାବରେ ସାମାଜିକ ଜୀବନଯାପନ ଠାରୁ ଢେର ଦୂରରେ କୁଷ୍ଠରୋଗୀ । କୁଷ୍ଠରୋଗ ଓ ରୋଗୀଙ୍କ ସଂଖ୍ୟା କମିଛି ସତ, ହେଲେ ମନରୁ କମିନି ଘୃଣା ଭାବର ମାନସିକତା । ଏପଟେ ଏହି ରୋଗୀଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ରହିଥିଲେ ମଧ୍ୟ ଦୀର୍ଘ ତିରିଶ ବର୍ଷ ଧରି ଏକା ଏକା ସଂଘର୍ଷ ଜାରି ରଖିଛନ୍ତି ।

ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ କମ୍ଭୁଧର ମେଣ୍ଡଲୀ ଏକ ଅଜଣା ଭୟ ଓ ନିର୍ବାସିତଙ୍କ ଭଳି ରହୁଛନ୍ତି । ସେ ଦୀର୍ଘ ତିରିଶ ବର୍ଷ ହେଲା ଏଠାରେ ବସବାସ କରୁଛନ୍ତି । ଯୁବାବସ୍ଥାରେ ତାଙ୍କୁ କୁଷ୍ଠରୋଗ ହେବାରୁ ସେ ବିବାହ ନ କରି ତାଙ୍କ ପୈତୃକ ସ୍ଥାନରେ ବସବାସ ସହ ଅଳ୍ପ ସମୟ ପାଇଁ ଏମଡିଟି ମଧ୍ୟ ସେବନ କରିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ, ସମାଜ ଠାରୁ ଏକ ପ୍ରକାର ନିର୍ବାସିତ ଜୀବନ କାଟୁଛନ୍ତି । ଆଜି ପର୍ଯ୍ୟନ୍ତ ଏହି ଅସହାୟ ମଣିଷ ପାଖରେ ସରକାରୀ ସହାୟତା ପହଞ୍ଚି ପାରିନାହିଁ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଇଟିଭି ଭାରତ

ପ୍ରକାଶ ଥାଉକି କେବଳ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ 222 ଜଣ କୁଷ୍ଠରୋଗୀଙ୍କୁ ଔଷଧ ବିତରଣ ସହ ଚିକିତ୍ସା କରାଯାଉଛି । କିନ୍ତୁ କମ୍ଭୁଧରଙ୍କ ନିକଟରେ ସରକାରୀ ସହାୟତା ଦୀର୍ଘ ତିରିଶ ବର୍ଷ ଧରି ପହଞ୍ଚି ପାରିନାହିଁ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ କମ୍ଭୁଧରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details