ବୌଦ୍ଧ: ଜିଲ୍ଲାରେ ଅନେକ ଅନୁସୂଚିତ ଜାତିର ପରିବାର ଅବହେଳିତ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି । ଏଭଳି ଜମିଭୂମି ହୀନ ପରିବାର ଗୁଡିକୁ ଚିହ୍ନଟ କରି ସେମାନଙ୍କୁ ଜମିଡିହ ଯୋଗାଇ ଦେବାକୁ ଦାବି ହୋଇଛି । ସମାଜର ମୁଖ୍ୟ ଧାରା ଠାରୁ ଢେର ଦୂରରେ ତଥା ଜମିଭୂମି ହୀନ ଭାବରେ ଅତ୍ୟନ୍ତ କଷ୍ଟରେ ଅନେକ ଆଦିବାସୀ ପରିବାର ରହିଥିବା ଅଭିଯୋଗ ହୋଇଛି ।
ବୌଦ୍ଧରେ ଅବହେଳିତ ଭୂମିହୀନ, ବ୍ଲକ କାର୍ଯ୍ୟାଳୟ ଘେରିଲେ ଶତାଧିକ ଲୋକେ - ବୌଦ୍ଧରେ ଅବହେଳିତ ଭୂମିହୀନ
ବୌଦ୍ଧ ଜିଲ୍ଲାରେ ଅନୁସୂଚିତ ଜାତିର ପରିବାର ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ଲକ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ । ଅଧିକ ପଢନ୍ତୁ
ବୌଦ୍ଧରେ ଅବହେଳିତ ଭୂମିହୀନ
ଆଜି ଜିଲ୍ଲାର ହରଭଙ୍ଗା ବ୍ଲକର ଏଭଳି ଗରିବ ତଥା ଅସହାୟ ଶହ ଶହ ମହିଳା ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ ଭାବରେ ଅନେକ ପରିବାର ନିକଟରେ ଜମିଭୂମି କିମ୍ବା ଡିହ ନଥିବା ବେଳେ ଏଭଳି ଅନେକ ଦଳିତ ବସ୍ତିକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଅଭିଯୋଗ କରି ଜିଲ୍ଲା ପାଣ ଗଣ୍ଡା ସମାଜ ପକ୍ଷରୁ ଚାରି ଦଫା ଦାବିପତ୍ର ଉଭୟ ହରଭଙ୍ଗା ବିଡ଼ିଓ ଓ ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା । ଏନେଇ କୌଣସି ସୁଫଳ ନମିଳିଲେ ସମାଜ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ