ବୌଦ୍ଧ: ଜଣେ ଅସହାୟ ଗରିବ ଚାଷୀର ଜମି ହଡପ ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ନିଜ ଜମିରେ ଫଳାଇଥିବା ପନିପରିବା ଗଛକୁ କେତେକ ଦୁର୍ବୃତ୍ତ ନଷ୍ଟ କରିଦେଇଥିବା ବେଳେ ଏନେଇ ଥାନାକୁ ପହଞ୍ଚିଛି ମାମଲା । ବୌଦ୍ଧରେ ଜମି ମାଫିଆ ଓ ଦଲାଲ ସକ୍ରିୟ ହୋଇ ଉଠିଥିବା ଜଣାପଡିଛି । ମୂଲ୍ୟବାନ ଜମିକୁ ଶାଗମାଛ ଦରରେ କିଣି ଦଲାଲିରାଜ ଚଳାଇଛନ୍ତି ମାଫିଆ । କଳେବଳେ କୌଶଳରେ ଜମି ହାତେଇବାକୁ ଚେଷ୍ଟା କରୁଛନ୍ତି ଏସବୁ ଦଲଲ । ଏମିତି ଏକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ବୁଟୁପାଲିରୁ ।
ଜମି ମାଫିଆଙ୍କ ଦୌରାତ୍ମ୍ୟ, ଚାଷୀଙ୍କ ଦୋକାନ ସହ ଚାଷ ନଷ୍ଟ କରିଥିବା ଅଭିଯୋଗ - land mafia in boudha
ଲକଡାଉନ ସମୟରେ ଜଣେ ଗରିବ ଚାଷୀ ବୌଦ୍ଧ ଜିଲ୍ଲା ବୁଟୁପାଲି ଉପକଣ୍ଠରେ ଥିବା ନିଜ ଜମିରେ ପନିପରିବା ଚାଷ ଆରମ୍ଭ କରି ପରିବାର ଚଳାଉଥିଲେ । ଗତକାଲି କିଛି ଦୁର୍ବୃତ୍ତ ଚାଷୀଙ୍କ ଏକ ଅସ୍ଥାୟୀ ଦୋକାନକୁ ଭାଙ୍ଗି ଦେବା ସହ ପନିପରିବା ବଗିଚାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।
ଜମି ମାଫିଆଙ୍କ ଦୌରାତ୍ମ୍ୟ,ଚାଷୀଙ୍କ ଦୋକାନ ସହ ଚାଷ ନଷ୍ଟ କରିଦେଇଥିବା ଅଭିଯୋଗ
ସୂଚନା ମୁତାବକ, ଲକଡାଉନ ସମୟରେ ଜଣେ ଗରିବ ଚାଷୀ ବୁଟୁପାଲି ଉପକଣ୍ଠରେ ଥିବା ନିଜ ଜମିରେ ପନିପରିବା ଚାଷ ଆରମ୍ଭ କରି ପରିବାର ଚଳାଉଥିଲେ । ତେବେ ଗତକାଲି କିଛି ଦୁର୍ବୃତ୍ତ ଚାଷୀଙ୍କ ଏକ ଅସ୍ଥାୟୀ ଦୋକାନକୁ ଭାଙ୍ଗି ଦେବା ସହ ପନିପରିବା ବଗିଚାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ଏନେଇ ଚାଷୀ ଜଣକ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଚାଷୀଙ୍କ ମୂଲ୍ୟବାନ ଜମି ଉପରେ ଥିବାରୁ ଏଭଳି ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇ ଥିବା ବୁଦ୍ଧିଜୀବୀ ମତ ଦେବାସହ ଏହାର ଘୋର ନିନ୍ଦା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ