ବୌଦ୍ଧ: କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ । ଜମି ହରାଉଥିବା ଲୋକଙ୍କୁ କ୍ଷତି ପୂରଣ ନ ଦେଇ ଆରଡି ବିଭାଗ ଠିକାଦାର ସହିତ ସଲାସୁତୁରାରେ କାର୍ଯ୍ୟକୁ ବିରୋଧ କରାଯାଇଛି ।
ଦୀର୍ଘ ବର୍ଷର ସେତୁକୁ ନେଇ ଲାଗି ରହିଛି ବିବାଦ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସଦର ମହକୁମା ଠାରୁ ତରଭାକୁ ସଂଯୋଗ ପାଇଁ ତେଲନଦୀ ଉପରେ ଦୀର୍ଘ ଦିନ ହେଲା ସେତୁ ନିର୍ମାଣ କାର୍ଯ୍ୟ ସରିଛି । ସେତୁର ଉଭୟ ପାର୍ଶ୍ଵ ମଧ୍ୟରୁ ତରଭା ପାର୍ଶ୍ବରେ ଜମି ଅଧିଗ୍ରହଣ ଶେଷ ହୋଇ ସାରିଥିବାବେଳେ କଣ୍ଟାମାଳ ପାର୍ଶ୍ଵରେ କିନ୍ତୁ ଜମି ଅଧିଗ୍ରହଣ ନ ହୋଇ ଅସମ୍ପୂର୍ଣ୍ଣ ହୋଇ ରହିଛି ।