ବୌଦ୍ଧ: ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । କେଉଁ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନାହିଁ ତ ଆଉ କେଉଁଠି ଗୃହ ଅଭାବରୁ ବାରଣ୍ଡାରେ ପାଠ ପଢୁଛନ୍ତି ଶିଶୁ । ଯାହାଫଳରେ ବୌଦ୍ଧରେ ଶିଶୁମାନଙ୍କ ଭବିଷ୍ୟତ ସହିତ ଶିକ୍ଷାଦାନ ଓ ସୁଷମ ଖାଦ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅନେକ ଦୁର୍ଗମ ଅଞ୍ଚଳରେ ଅଙ୍ଗନବାଡି ନଥିବା ଅଭିଯୋଗ ହୋଇଛି । ଏହାଛଡା ଜିଲ୍ଲାର ଶଗଡା ପଞ୍ଚାୟତ ଝାଙ୍କର ପଡା ଭଳି ଅନେକ ସ୍ଥାନରେ ଅଙ୍ଗନବାଡି ଗୃହ ଅଭାବରୁ ଶିଶୁମାନେ ପିଣ୍ଡାକୁ ପିଣ୍ଡା ଡେଇଁ ପାଠ ପଢୁଥିବା କୁହାଯାଉଛି ।
ବୌଦ୍ଧରେ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର, ଅନିଶ୍ଚତତାରେ ଶିଶୁଙ୍କ ଭବିଷ୍ୟତ - ଅନିଶ୍ଚତତାରେ ଶିଶୁଙ୍କ ଭବିଷ୍ୟତ
ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । ଆବଶ୍ୟକୀୟ ଅଙ୍ଗନବାଡି କେନ୍ଦ୍ର ଓ ଗୃହ ଅଭାବରୁ ଅନିଶ୍ଚିତତାରେ ଶିଶୁଙ୍କ ଭବିଷ୍ୟତ । ଅଧିକ ପଢନ୍ତୁ
![ବୌଦ୍ଧରେ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର, ଅନିଶ୍ଚତତାରେ ଶିଶୁଙ୍କ ଭବିଷ୍ୟତ ବୌଦ୍ଧରେ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର, ଅନିଶ୍ଚତତାରେ ଶିଶୁଙ୍କ ଭବିଷ୍ୟତ](https://etvbharatimages.akamaized.net/etvbharat/prod-images/768-512-16801018-thumbnail-3x2-boudha.jpg)
ସେହିପରି ଉପାନ୍ତ ଅତଳସରା ଭଳି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଥାଇ ମଧ୍ୟ ବିଭିନ୍ନ କାରଣରୁ ବନ୍ଦ ପଡିଛି । ଫଳରେ ଏଭଳି ଉପାନ୍ତ ଅଞ୍ଚଳରେ ଶିଶୁ ଶ୍ରମିକ, ଡ୍ରପ ଆଉଟ, ବାଲ୍ୟବିବାହ ଭଳି ସମସ୍ୟା ବୃଦ୍ଧି ପାଉଛି । ଏହାକୁ ନେଇ ଉଭୟ ପ୍ରଶାସନ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଙ୍ଗନବାଡି ସମସ୍ୟା ଭଳି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର କେତେକ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଶିକ୍ଷାଦାନ ଓ ଶୌଚାଳୟ ସମସ୍ୟା ମଧ୍ୟ ଲାଗି ରହିଥିବା ଅଭିଯୋଗ ହୋଇଛି ।
ଏପରିକି ଜିଲ୍ଲାରେ 5t ବିଦ୍ୟାଳୟ ମଧ୍ୟ ଅସମ୍ପୂର୍ଣ୍ଣ ରହିଥିବା ଖୋଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ହୋଇଛି । ସୋମବାର ବୌଦ୍ଧ ଜିଲ୍ଲାପାଳ ଅଚାନକ କୁଶଙ୍ଗ ସ୍ଥିତ ଜିପି ହାଇସ୍କୁଲ ଓ ଛତରଙ୍ଗ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ମଧ୍ୟ ଏଭଳି ଦୃଶ୍ୟ ଦେଖି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ଓ ତୁରନ୍ତ ଏସବୁ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଇଟିଭି ଭାରତ, ବୌଦ୍ଧ