ବୌଦ୍ଧ: ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପାଲଟିଛି ଦଲାଲଙ୍କ ଆଡ୍ଡାସ୍ଥଳୀ । ଯଦ୍ବାରା ଦୀର୍ଘ ଦିନ ହେବ ପ୍ରକୃତ ନିର୍ମାଣ ଶ୍ରମିକ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗୁରୁବାର ଜିଲ୍ଲାର ସମସ୍ତ କାର୍ଯ୍ୟରତ ଟ୍ରେଡ ୟୁନିୟନ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ନିର୍ମାଣ ଶ୍ରମିକଙ୍କୁ ଅଣଦେଖା: ପ୍ରତିବାଦରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ - ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଦଲାଲଙ୍କ ଆଡ୍ଡାସ୍ଥଳୀ
ସରକାରୀ ଯୋଜନାରୁ ବାଦ ପଡୁଛନ୍ତି ପ୍ରକୃତ ନିର୍ମାଣ ଶ୍ରମିକ । ନିଜ ହକ୍ ପାଇବାକୁ ପ୍ରତିବାଦର ସ୍ବର ଉଠାଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଟ୍ରେଡ ୟୁନିୟନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଶିକ୍ଷା ସହାୟକ ଠାରୁ ଆରମ୍ଭ କରି ମୃତ୍ୟୁକାଳୀନ ସହାୟତା ପର୍ଯ୍ୟନ୍ତ ସବୁଥିରେ ନିର୍ମାଣ ଶ୍ରମିକଙ୍କୁ ଅଣଦେଖା କରାଯାଉଛି । ଫଳରେ ବାଧ୍ୟ ହୋଇ ନିଜ ହକ୍ ପାଇବାକୁ ଶ୍ରମିକମାନେ ପ୍ରତିବାଦର ସ୍ବର ଉଠାଇଥିଲେ । ଜିଲ୍ଲାର ରାମେଶ୍ବର ମନ୍ଦିର ଠାରୁ ଶ୍ରମିକଙ୍କ ଏକ ବିଶାଳ ରାଲି ବାହାରି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଗୁରୁବାରର ଏହି ବିକ୍ଷୋଭ ରାଲିରେ ଶ୍ରମିକ ନେତା ଅବକାଶ ସାହୁ, ଅର୍ଜୁନ ରଣା,ଦିଲ୍ଲୀପ ବସ୍ତିଆ, ଲୋକନାଥ ଶତପଥୀ, ରିନାଗିରି, କୃଷ୍ଣଚନ୍ଦ୍ର କମ୍ପ ଓ ମାମି ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ । ଏଥିସହିତ 12 ଦଫା ସମ୍ବଳିତ ଏକ ଦାବିପତ୍ର ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ