ଓଡିଶା

odisha

By

Published : Jun 10, 2020, 4:41 PM IST

ETV Bharat / state

ବୌଦ୍ଧ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଲକଡାଉନ ସମୟରେ ପ୍ରଭାବିତ ହୋଇଥିବା ଶ୍ରମିକଙ୍କୁ ମିଳିପାରୁନି ସରକାରୀ ସହାୟତା । ସେପଟେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ କିସ୍ତି ଟଙ୍କା ପରିଶୋଧ ପାଇଁ ବାଧ୍ୟ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ । ଅଧିକ ପଢନ୍ତୁ...

ବୌଦ୍ଧ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ଧାରଣା
ବୌଦ୍ଧ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ବୌଦ୍ଧ: ଲକଡାଉନ ସମୟରେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ନିର୍ମାଣ ଶ୍ରମିକ । ସରକାର ଏହି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ 15 ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି, କିନ୍ତୁ ବୌଦ୍ଧ ଜିଲ୍ଲାର ଅନେକ ନିର୍ମାଣ ଶ୍ରମିକ ଏହି ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରାଣା ଦେଇଛନ୍ତି ଶ୍ରମିକ ।

ବୌଦ୍ଧ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ବୁଧବାର କିଛି ଶ୍ରମିକ ସେମାନଙ୍କ ପ୍ରାପ୍ୟ ଦାବି କରି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେପଟେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ କିସ୍ତି ଆଦାୟ 6 ମାସ ପାଇଁ ସରକାର କୋହଳ କରିଥିଲେ ମଧ୍ୟ ଅଧିକାଂଶ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଜୋରଜବରଦସ୍ତ କିସ୍ତି ଟଙ୍କା ପୈଠ କରୁବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details