ଓଡିଶା

odisha

ETV Bharat / state

ଶ୍ରମ ଅଧିକାରୀଙ୍କ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆରୋପ - ଶ୍ରମ ଅଧିକାରୀଙ୍କ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆରୋପ

ଶ୍ରମ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

labour organisation complain against labour authority
ଶ୍ରମ ଅଧିକାରୀଙ୍କ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆରୋପ

By

Published : Jan 7, 2021, 9:37 PM IST

ବୌଦ୍ଧ: ଶ୍ରମ ଅଧିକାରୀଙ୍କ ବିରୋଧରେ ତାଙ୍କ କାର୍ଯ୍ୟ ଶୈଳୀକୁ ନେଇ ଶ୍ରମିକ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ । ବୌଦ୍ଧ ଜିଲ୍ଲାର ନୂତନ ଶ୍ରମ ଅଧିକାରୀଙ୍କ ମନୋମୁଖି କାର୍ଯ୍ୟକୁ ନେଇ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି ।

ଶ୍ରମ ଅଧିକାରୀଙ୍କ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆରୋପ

ବୌଦ୍ଧ ଜିଲ୍ଲାରେ ପଚାଶ ହଜାରରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକ ରହିଥିଲେ ମଧ୍ୟ ଶ୍ରମ ବିଭାଗର ଉଦାସୀନତା ଯୋଗୁଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ଏଥିସହିତ ସରକାରୀ ନିୟମକୁ ଉପେକ୍ଷା କରି ଶ୍ରମ କାର୍ଡ ପାଇଁ କାର୍ଯ୍ୟାଳୟକୁ ଶ୍ରମିକଙ୍କୁ ଆସିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।

ଶ୍ରମ ଅଧିକାରୀଙ୍କ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆରୋପ
ଶ୍ରମ ଅଧିକାରୀଙ୍କ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆରୋପ

ଜିଲ୍ଲାର ଶ୍ରମିକ ସଂଗଠନ ଗୁଡ଼ିକୁ ଅଣଦେଖା କରାଯାଇ କେତେକ ଦଲାଲଙ୍କ ଦ୍ବାରା ଏସବୁ କାର୍ଯ୍ୟ ହେଉଥିବାରୁ ଏହାକୁ ବିରୋଧ କରାଯାଇଛି । ଗୁରୁବାର ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ପନ୍ଦର ତାରିଖରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details