ଓଡିଶା

odisha

ETV Bharat / state

ଆସିଲାନି ଆମ୍ବୁଲାନ୍ସ , ଆଖି ବୁଜିଲେ ଗୁରୁତର ଶ୍ରମିକ

ବିଦ୍ୟୁତ ଆଘାତରେ ଅକାଳରେ ଶ୍ରମିକଙ୍କ ମୃତ୍ୟୁ । ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅପେକ୍ଷା କରିବା ପରେ ବି ହୋଇ ପାରିଲାନି କୌଣସି ସୁବିଧା । ଫଳରେ ଶ୍ରମିକ ଜଣଙ୍କ ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

labour died getting electric shock in boudh, boudh latest news, irregularity in ambulance services in boudh, ବୌଦ୍ଧରେ ଆମ୍ବୁଲାନ୍ସରେ ସେବାରେ ଅବହେଳା, ବିଦ୍ୟୁତ ଆଘାତରେ ଶ୍ରମିକ ମୃତ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
ଆସିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ଗୁରୁତର ଶ୍ରମିକ

By

Published : Jan 24, 2020, 3:41 AM IST

ବୌଦ୍ଧ: ବିଦ୍ୟୁତ ଆଘାତରେ ଅକାଳରେ ଶ୍ରମିକଙ୍କ ମୃତ୍ୟୁ । ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅପେକ୍ଷା କରିବା ପରେ ବି ହୋଇ ପାରିଲାନି କୌଣସି ସୁବିଧା । ଆମ୍ବଲାନ୍ସ ଅନ୍ୟତ୍ର ଯାଇଥିବାରୁ ସମଯରେ ଶ୍ରମିକଙ୍କ ଚିକିତ୍ସା ପାଇଁ ପହଞ୍ଚି ପାରିନଥିଲା । ଫଳରେ ଶ୍ରମିକ ଜଣଙ୍କ ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆସିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ଗୁରୁତର ଶ୍ରମିକ

ସୂଚନା ଅନୁଯାୟୀ ସ୍ଥାନୀୟ ଟିକରପଡା ପଞ୍ଚାୟତ ବନ୍ଧସାହିର ରାଜୁ ବେହେରା ପିତାମାତାଙ୍କ ସହ ପ୍ରତ୍ୟେକ ଦିନ ଭଳି ଇଟା ଗଢିବାକୁ ବାହାରିଥିଲା । ଗାଁ ନିକଟସ୍ଥ ବଘିଆପଡା ପଞ୍ଚାୟତର ଫୁରୁଡା ଗାଁରେ ଜନୈକ ବ୍ୟକ୍ତିଙ୍କ ଘର ତିଆରି ପାଇଁ ଇଟା ଗଢା ଚାଲିଥିଲା । ଏହି ସମୟରେ ଏକ ଗଛର ଡାଳକୁ କାଢିବା ସମୟରେ ଅସାବଧାନତା ଯୋଗୁଁ ଡାଳରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜୁ ଗୁରୁତର ହୋଇପଡିଥିଲେ ।

ତେବେ ଗୁରୁତର ରାଜୁଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ କରାଯାଇଥିଲା । ହେଲେ ପ୍ରାୟ ଦୁଇ ଘଣ୍ଟା ଡେରିରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ଫଳରେ ଚିକିତ୍ସାରେ ବିଳମ୍ବ ହେତୁ ରାଜୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details