ଓଡିଶା

odisha

ETV Bharat / state

ଲକଡାଉନ ହନ୍ତସନ୍ତ ଶ୍ରମିକ, ଶ୍ରମ ଅଧିକାରୀଙ୍କୁ ମାରିଲେ ମୁଣ୍ଡିଆ - LABOUR

ଜଣେ ନିର୍ମାଣ ଶ୍ରମିକ ଶ୍ରମ ଅଧିକାରୀଙ୍କ ସମ୍ମୁଖରେ କାତୁତି ମିନତି ହୋଇ ମୁଣ୍ଡିଆ ମାରୁଥିବା ଦୃଶ୍ୟ ସମସ୍ତଙ୍କୁ ଦୁଃଖିତ କରିଛି । ଅଧିକ ପଢ଼ନ୍ତୁ...

labour-from-boudh-district-request-for-his-pension
ଲକଡାଉନ ହନ୍ତସନ୍ତ ଶ୍ରମିକ, ଶ୍ରମ ଅଧିକାରୀଙ୍କୁ ମାରିଲେ ମୁଣ୍ଡିଆ

By

Published : Apr 22, 2020, 10:44 PM IST

ବୌଦ୍ଧ: ଅସହାୟ ନିର୍ମାଣ ଶ୍ରମିକଙ୍କୁ ଲକଡାଉନ ସମୟରେ ସରକାର ପନ୍ଦର ଶହ ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକଙ୍କ କାର୍ଡ ଥିଲେ ମଧ୍ୟ ଏହି ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଜଣେ ନିର୍ମାଣ ଶ୍ରମିକ ଶ୍ରମ ଅଧିକାରୀଙ୍କ ସମ୍ମୁଖରେ କାତୁତି ମିନତି ହୋଇ ମୁଣ୍ଡିଆ ମାରୁଥିବା ଦୃଶ୍ୟ ସମସ୍ତଙ୍କୁ ଦୁଃଖିତ କରିଛି ।

ଲକଡାଉନ ହନ୍ତସନ୍ତ ଶ୍ରମିକ, ଶ୍ରମ ଅଧିକାରୀଙ୍କୁ ମାରିଲେ ମୁଣ୍ଡିଆ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର 69ଟି ପଞ୍ଚାୟତରେ ଲକଡାଉନ ସମୟରେ ନିର୍ମାଣ ଶ୍ରମିକଙ୍କୁ ସରକାରୀ ସହାୟତା ଅର୍ଥରାଶି ଯୋଗାଇ ଦିଆଯାଉଛି । କିନ୍ତୁ ଆହୁରି ମଧ୍ୟ କେତେକ ଶ୍ରମିକ ତାଲିକାରେ ନା ନଥିବାରୁ ବାଦ ପଡୁଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ଶ୍ରମିକମାନେ ଏ ସମ୍ପର୍କରେ ଶ୍ରମ ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଉଛନ୍ତି । ବୁଧବାର ବୀରନରସିଂପୁର ପଞ୍ଚାୟତର ମହୁଲବୁରି ଗାଁର ଜଣେ ଅତ୍ୟନ୍ତ ଗରିବ ନିର୍ମାଣ ଶ୍ରମିକ ନିଜ ପରିବାର ସହିତ ଚାଲିଚାଲି ବୌଦ୍ଧ ଆସି ଶ୍ରମ ଅଧିକାରୀଙ୍କୁ ଏହି ସହାୟତା ରାଶି ପାଇ ନଥିବା ଜଣାଇଥିଲେ ।

କିନ୍ତୁ ଅଧିକାରୀ ଏଥିରେ କୌଣସି ସହାୟତା କରିପାରିବେ ନାହିଁ ବୋଲି କହିବାରୁ ଶ୍ରମିକ ଜଣକ ବାରମ୍ବାର ତଳେ ମୁଣ୍ଡିଆ ମାରିବା ସହ କାକୁତି ମିନତି ହୋଇଥିଲେ । ହେଲେ ଏନେଇ କୌଣସି ପ୍ରକାର ସହାୟତା ନମିଳିବାରୁ ସେ ପୁଣି ଖରାରେ ଚାଲିଚାଲି ଗାଁକୁ ଫେରିଥିଲେ । ସରକାର ଗରିବଙ୍କ ପାଇଁ ଲକଡାଉନ ସମୟରେ ବିଭିନ୍ନ ବ୍ୟବସ୍ଥା କରୁଥିବା ବେଳେ ଏପରି ଦୃଶ୍ୟ ନିଶ୍ଚିତ ଭାବେ ଉଦବେଗଜନକ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details