ବୌଦ୍ଧ: ତିନି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ । ବୌଦ୍ଧ ଜିଲ୍ଲାର ଧଳପୁର ଠାରେ ନିର୍ମାଣଧିନ ମହାନଦୀ ସେତୁ ଉପରୁ ଖସିପଡି ଗତ ଦେଢମାସ ମଧ୍ୟରେ ତିନି ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ କାମ କରୁଥିବା ଠିକା ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ଥିବା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଶ୍ରମ ବିଭାଗ ଚୁପ ବସିଥିଲା । ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶ୍ରମିକ ସଂଗଠନ ସିଧାସଳଖ ଶ୍ରମ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ।
ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ ସେପଟେ ଅନ୍ୟ ଏକ ଘଟଣା କ୍ରମରେ କେନ୍ଦୁପତ୍ର ବିଭାଗର ଚଞ୍ଚକତା ପଦାକୁ ଆସିଛି । ବିଭାଗରେ ଦୀର୍ଘ 29 ବର୍ଷ ଧରି କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ ନିୟମିତ ପାଇଁ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ଲାଞ୍ଚ ଦେଇ ନପାରିବା କାରଣରୁ ତାଙ୍କ ନାମ ତାଲିକାରେ ତଳକୁ ଖସାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।
ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ ଏନେଇ ବାରମ୍ବାର ସମ୍ପୃକ୍ତ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀ ମାନସିକ ନିର୍ଯାତନା ଯୋଗୁଁ ସେ ବିଭିନ୍ନ ସ୍ତରରେ ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ମାନସିକ ଚାପରେ ରହିବା ସହ ଆସନ୍ତା 24 ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ।
ତେବେ ଜିଲ୍ଲା କେନ୍ଦୁପତ୍ର ବିଭାଗର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ବର୍ତ୍ତମାନ ପୁଣି ଜଣେ କର୍ମଚାରୀଙ୍କ ଏଭଳି ନିଷ୍ପତ୍ତି ବିଭାଗୀୟ ଅପାରଗତାକୁ ପଦାରେ ପକାଇ ଦେଇଛି । ତୁରନ୍ତ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ କୌଣସି ଅଘଟଣ ଘଟିବାର ଆଶଙ୍କାକୁ ଏଡାଇ ଯାଇ ନପାରେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ