ଓଡିଶା

odisha

By

Published : Sep 28, 2022, 5:50 PM IST

ETV Bharat / state

ମିଳିଲା ଶ୍ରମ ବିଭାଗର ଲିଖିତ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲେ ଶ୍ରମିକ

ଜିଲ୍ଲାରେ ଶ୍ରମିକ ମାନଙ୍କୁ ଦୀର୍ଘ ଦିନ ହେଲା ସରକାରଙ୍କ ପ୍ରଦତ୍ତ ବିବାହ, ଶିକ୍ଷା, ମୃତ୍ୟୁକାଳୀନ ସହାୟତା ମିଳିପାରୁ ନଥିଲା । ଏନେଇ ଶ୍ରମିକମାନଙ୍କ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଶ୍ରମ ବିଭାଗ ତରଫରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି । ଅଧିକ ପଢନ୍ତୁ

ଶ୍ରମ ବିଭାଗର ଲିଖିତ ପ୍ରତିଶ୍ରୁତି, ଆନ୍ଦୋଳରୁ ଓହରିଲେ ଶ୍ରମିକ
ଶ୍ରମ ବିଭାଗର ଲିଖିତ ପ୍ରତିଶ୍ରୁତି, ଆନ୍ଦୋଳରୁ ଓହରିଲେ ଶ୍ରମିକ

ବୌଦ୍ଧ:ନିର୍ମାଣ ଶ୍ରମିକ ସଂଗଠନର ଦାବି ଆଗରେ ମୁଣ୍ଡ ନୁଆଁଇଲା ଜିଲ୍ଲା ଶ୍ରମ ବିଭାଗ । ଜିଲ୍ଲାରେ ଶ୍ରମିକ ମାନଙ୍କୁ ଦୀର୍ଘ ଦିନ ହେଲା ସରକାରଙ୍କ ପ୍ରଦତ୍ତ ବିବାହ, ଶିକ୍ଷା, ମୃତ୍ୟୁକାଳୀନ ସହାୟତା ମିଳିପାରୁ ନଥିଲା । ପରେ ସେମାନେ ବିଭିନ୍ନ ଦାବି ନେଇ ଦୁଇ ଦିନ ଧରି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଶ୍ରମ ବିଭାଗ ସଂଗଠନର ବିଭିନ୍ନ ଦାବିକୁ ମାନି ଲିଖିତ ପ୍ରତିଶ୍ରୁତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଛି ।


ଦୁଇ ଦିନର ଧାରଣା ପରେ ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକ ସଂଗଠନ ଆନ୍ଦୋଳନରୁ ଓହରିଛି । ବିଭିନ୍ନ ବିଭିନ୍ନ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଦିନରାତି ଶହ ଶହ ଶ୍ରମିକ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ପ୍ରଦାନ କରିଥିବା ବ୍ୟାଙ୍କ ଚେକ କାମ ଦେଉନଥିବା ବେଳେ ବିଭାଗ ଶ୍ରମିକଙ୍କୁ ଭୂଆଁ ବୁଲାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

ଶ୍ରମ ବିଭାଗର ଲିଖିତ ପ୍ରତିଶ୍ରୁତି, ଆନ୍ଦୋଳରୁ ଓହରିଲେ ଶ୍ରମିକ

ଶ୍ରମିକଙ୍କୁ ଦୀର୍ଘ ଦିନ ହେଲା ସରକାରଙ୍କ ପ୍ରଦତ୍ତ ବିବାହ, ଶିକ୍ଷା, ମୃତ୍ୟୁ କାଳୀନ ସହାୟତା ଦୀର୍ଘ ଦିନ ହେଲା ମିଳିପାରୁ ନଥିଲା । ଏହାର ପ୍ରତିବାଦରେ ଗତ ଦୁଇ ଦିନ ଧରି ଶ୍ରମିକମାନେ ଧାରଣାରେ ବସିଥିଲେ । ତେବେ ଗତକାଲି ମଧ୍ୟ ରାତିରେ ଶ୍ରମିକ ସଂଗଠନ ପ୍ରତିନିଧିଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀ ଆଲୋଚନା କରିବା ସହିତ ସମସ୍ତ ଦାବିକୁ ମାନିବା ସହିତ ଲିଖିତ ପ୍ରତିଶ୍ରୁତି ଦେବା ପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଏ ବାବଦରେ ଧାରଣା ଦେଇଥିବା ଶ୍ରମିକ ଶ୍ରୀଧର ଥନାପତି କହିଛନ୍ତି ଯେ, ‘‘ସେ ଶ୍ରମିକ ଭାବରେ କାମ କରନ୍ତି । ତାଙ୍କର ଦୁଇ ଝିଅ । ଦୁଇ ଝିଅଙ୍କ ବାହାଘର କଲା ପରେ ସେ ବିବାହ ସହାୟତା ପାଇଁ ଆବେଦନ କରିଥିଲେ । ଦୀର୍ଘ ତିନି ବର୍ଷ ଧରି ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି । ତେବେ ତିନି ବର୍ଷ ପରେ ଅଫିସ ତରଫରୁ ଏକ ଡେମୋ ଚେକ ଦିଆଯାଇଥିଲା । ଅଫିସ ଅଧିକାରୀ କହିଥିଲେ ସାତ ଦିନ ପରେ ଟଙ୍କା ମିଳିଯିବ । ହେଲେ ଆଜି ପର୍ଯ୍ଯନ୍ତ ସେହି ଟଙ୍କା ମିଳିପାରିନାହିଁ । ତେଣୁ ଏକଥା ପଚାରିବା ପାଇଁ ପୁଣି ଅଫିସକୁ ଆସିଲି । ଏନେଇ ଖାଲି ହଇରାଣ ହେବାକୁ ପଡୁଛି ଏହା ସହିତ ଅଫିସକୁ ବାରମ୍ବାର ଆସିଲେ ମୂଲ ଲାଗିବା ପାଇଁ ବାହାରକୁ ଯାଇ ହେଉନାହିଁ ।’’ ବୋଲି ସେ କହିଛନ୍ତି ।

କେବଳ ସେ ଏଭଳି ହଇରାଣ ହେଉ ନାହାଁନ୍ତି ତାଙ୍କ ସହିତ ଏ ଧାରଣାରେ ବସିଥିବା ଏମିତି ଶହ ଶହ ଶ୍ରମିକ ମଧ୍ୟ ଏଭଳି ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ତେବେ ସରକାର କଣ ଏଭଳି ଲୋକଙ୍କୁ ହଇରାଣ କରିବା ପାଇଁ ଏହି ଯୋଜନା ବନାଇଥିଲେ ବୋଲି ଶ୍ରମିକ ମହଲରେ ପ୍ରଶ୍ନ ଉଠିଛି ।



ଇଟିିଭି ଭାରତ,ବୌଦ୍ଧ

ABOUT THE AUTHOR

...view details