ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା ବିରୋଧରେ ଲଢେଇ କରୁଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଶନିବାର ସନ୍ଧ୍ୟା 5ଟା 30ରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ମାର୍ଗକୁ ସ୍ବତନ୍ତ୍ର ଭାବେ ସଜ୍ଜିତ କରାଯାଇ ସମୂହ ସଙ୍ଗୀତ ଗାନ କରାଯାଇଥିବା ବେଳେ ବୌଦ୍ଧ ବିଧାୟକ ଓ ବିଭିନ୍ନ ବର୍ଗର ଲୋକ ମିଶି ଗାନ୍ଧୀଛକ ଠାରେ ଉତ୍କଳ ସଙ୍ଗୀତ ଗାନ କରିଥିଲେ ।
'ବନ୍ଦେ ଉତ୍କଳ ଜନନୀ' ଗୀତକୁ ବିରୋଧ କରି 'ଜନ ଗଣ ମନ' ଗାନ କଲା କୋଶଳ କ୍ରାନ୍ତି ଦଳ - boudh news
ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶନିବାର ବ୍ୟାପକ ସଂଖ୍ୟାରେ ଏହି ଉତ୍କଳ ସଙ୍ଗୀତର ସମୂହ ଗାନ କରାଯାଇଛି । ସେପଟେ କୋଶଳ କ୍ରାନ୍ତି ଦଳ ପକ୍ଷରୁ ଉତ୍କଳ ସଙ୍ଗୀତକୁ ବିରୋଧ କରାଯାଇ ଜନ ଗଣ ମନ ଗାନ ପୂର୍ବକ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
!['ବନ୍ଦେ ଉତ୍କଳ ଜନନୀ' ଗୀତକୁ ବିରୋଧ କରି 'ଜନ ଗଣ ମନ' ଗାନ କଲା କୋଶଳ କ୍ରାନ୍ତି ଦଳ Koshal Kranti Dal sang 'Jaganamanaman' against of the song 'Bande Utkal Janani'.](https://etvbharatimages.akamaized.net/etvbharat/prod-images/768-512-7413861-121-7413861-1590866016353.jpg)
'ବନ୍ଦେ ଉତ୍କଳ ଜନନୀ' ଗୀତକୁ ବିରୋଧ କରି 'ଜନ ଗଣ ମନ' ଗାନ କଲା କୋଶଳ କ୍ରାନ୍ତି ଦଳ
ସେହିପରି ଜିଲ୍ଲାର ତିନୋଟି ବ୍ଲକ, ସମସ୍ତ ଥାନା, ସରକାରୀ କାର୍ଯ୍ୟାଳୟ, ପ୍ରେସକ୍ଲବ, ସାମାଜିକ ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ ଭଳି ବିଭିନ୍ନ ସଂଗଠନ ପକ୍ଷରୁ ସମୂହ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା । ସେପଟେ ଜିଲ୍ଲା କୋଶଳ କ୍ରାନ୍ତି ଦଳ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ କରାଯାଇ ଜନ ଗଣ ମନ ଗାନ ପୂର୍ବକ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ