ବୌଦ୍ଧ: ସରିଛି ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା, ଘୋଷଯାତ୍ରା । ମାଉସୀଘରେ ନିଜ ବେଶ ପରମ୍ପରା ସାରି ଏବେ ଘରମୁହାଁ ଶ୍ରୀଜିଉ । ତେବେ ବୌଦ୍ଧ ଗଡଜାତର ଏକ ସ୍ବତନ୍ତ୍ର ପରିଚୟ ଭାବେ ଜଣା ମହାପ୍ରଭୁଙ୍କର ଏହି ବେଶ ପରମ୍ପରା । ତେବେ ବାହୁଡା ଯାତ୍ରା ଓ ମହାବାହୁଙ୍କର ସୁନାବେଶକୁ ନେଇ କିପରି ରହିଛି ଭକ୍ତଙ୍କ ପ୍ରତିକ୍ରିୟା ତାହା ପଚାରି ବୁଝିଥିଲା ଆମ ଟିମ୍ ।
ବର୍ଷକୁ ଥରେ ମହାପ୍ରଭୁ ରତ୍ନବେଦୀରୁ ବାହାରୁ ଭକ୍ତଙ୍କୁ ଦର୍ଶନ ଦେବାର ଏହେଉଛି ଅପୂର୍ବ ମୂହୂର୍ତ୍ତ । ଏହି ନବଦିନାତ୍ମକ ଯାତ୍ରାରେ ଭକ୍ତ ଓ ଭଗବାନଙ୍କର ହୋଇଥାଏ ଅପୂର୍ବ ମିଳନ । ମହାପ୍ରଭୁଙ୍କୁ ଏପରି ଲୀଳାଖେଳା ସ୍ବଚକ୍ଷୁରେ ଦେଖିପାରିବାରୁ ଭକ୍ତ ନିଜକୁ ଭାଗ୍ୟବାନ ମନେ କରୁଛି ।