ଓଡିଶା

odisha

ETV Bharat / state

ବୌଦ୍ଧରେ କୋରୋନାଠୁ ବଳି ଗଲାଣି କିଡନୀ ରୋଗ - କୋରୋନାଠାରୁ ସାଙ୍ଘାତିକ ହେଉଛି କିଡନୀ ମହାମାରୀ

ବୌଦ୍ଧ ମନୁପାଲିସ୍ଥିତ ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀ କୋରୋନା ଚିହ୍ନଟ ହେବାପରେ ବୌଦ୍ଧ ବିଡିଓ ବ୍ୟାଙ୍କକୁ ସିଲ କରିବା ସହ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ସେପଟେ କୋରୋନା ମହାମାରୀ ଅପେକ୍ଷା ଲୋକଙ୍କୁ ଅଧିକ ଆତଙ୍କିତ କରିଛି କିଡନୀ ମହାମାରୀ । ଅଧିକ ପଢନ୍ତୁ...

ଜିଲ୍ଲାରେ କୋରୋନାଠାରୁ ସାଙ୍ଘାତିକ ହେଉଛି କିଡନୀ ମହାମାରୀ
ଜିଲ୍ଲାରେ କୋରୋନାଠାରୁ ସାଙ୍ଘାତିକ ହେଉଛି କିଡନୀ ମହାମାରୀ

By

Published : Apr 7, 2021, 9:32 AM IST

ବୌଦ୍ଧ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଗତ ଚାରି ତାରିଖରେ ବୌଦ୍ଧ ଜିଲ୍ଲାର ମନୁପାଲିସ୍ଥିତ ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀ କୋରୋନା ଚିହ୍ନଟ ହେବାପରେ ବୌଦ୍ଧ ବିଡିଓ ବ୍ୟାଙ୍କକୁ ସିଲ କରିବା ସହ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ।

ଜିଲ୍ଲାରେ କୋରୋନାଠାରୁ ସାଙ୍ଘାତିକ ହେଉଛି କିଡନୀ ମହାମାରୀ

ତେବେ ଜିଲ୍ଲାରେ କୋରୋନା ମହାମାରୀ ଅପେକ୍ଷା ଏବେ କିଡନୀ ମହାମାରୀ ଲୋକଙ୍କୁ ଅଧିକ ଆତଙ୍କିତ କରିଛି । କାରଣ କେବଳ ଜିଲ୍ଲାର ହରଭଙ୍ଗା ବ୍ଲକରେ ଏହି କିଡନୀ ରୋଗ ଯୋଗୁଁ ଅଦ୍ୟାବଧି 209 ଜଣଙ୍କ ପ୍ରାଣହାନୀ ଘଟିବା ସହ ଆହୁରି ଶହ ଶହ ଆକ୍ରାନ୍ତ ମୃତ୍ୟୁ ଅପେକ୍ଷାରେ ଅଛନ୍ତି । ପାନୀୟଜଳକୁ ଏହାର ପ୍ରମୁଖ କାରଣ ବୋଲି କୁହାଯାଇଥିବା ବେଳେ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ସେପଟେ ମଙ୍ଗଳବାର ଜିଲ୍ଲା ବିପଦ ମୁକାବିଲା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସଡିଏମଓ , ଦୁର୍ଗପତି, ଜରୁରୀକାଳୀନ ଅଧିକାରୀ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟ କ୍ଷେତ୍ରରେ ଘଟୁଥିବା ଅଘଟଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details