ଓଡିଶା

odisha

ETV Bharat / state

ମହାମାରୀର ରୂପ ନେବାକୁ ବସିଲାଣି କିଡନୀ ରୋଗ, ପ୍ରଶାସନର ଅବେହେଳାକୁ ଦାୟୀ କଲେ ଲୋକେ - boudh district news

ଗୋଟିଏ ପଟେ କୋରୋନା ନିଜର ପ୍ରଭାବ ବିସ୍ତାର କରିଥିବାବେଳେ ବୌଦ୍ଧରେ ମହାମାରୀର ରୂପ ନେବାକୁ ବସିଲାଣି କିଡନୀ ରୋଗ । ସେପେଟେ ଏହି ରୋଗ ପାଇଁ ପ୍ରଶାସନର ଅବେହେଳାକୁ ଦାୟୀ କରୁଛନ୍ତି ଲୋକେ ।

Kidney disease
ମହାମାରୀର ରୂପ ନେବାକୁ ବସିଲାଣି କିଡନୀ ରୋଗ, ପ୍ରଶାସନର ଅବେହେଳାକୁ ଦାୟୀ କଲେ ଲୋକେ

By

Published : Jun 6, 2020, 9:06 AM IST

Updated : Jun 6, 2020, 9:50 AM IST

ବୌଦ୍ଧ: ଗୋଟିଏ ପଟେ କୋରୋନା ନିଜର ପ୍ରଭାବ ବିସ୍ତାର କରିଥିବାବେଳେ ଜିଲ୍ଲାରେ ମହାମାରୀର ରୂପ ନେବାକୁ ବସିଲାଣି କିଡନୀ ରୋଗ । ଏହି ରୋଗରେ ଶହଶହ ଲୋକ ଆକ୍ରାନ୍ତ ହୋଇ ଅନେକ ପରିବାର ପୁରୁଷ ଶୂନ୍ୟ ହେବାକୁ ବସିଲାଣି । ତେବେ ଏଥିଲାଗି ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।

ମହାମାରୀର ରୂପ ନେବାକୁ ବସିଲାଣି କିଡନୀ ରୋଗ, ପ୍ରଶାସନର ଅବେହେଳାକୁ ଦାୟୀ କଲେ ଲୋକେ

ଏପଟେ ଯନ୍ତ୍ରଣା ଜର୍ଜରିତ ତଥା କୋହଭରା କଣ୍ଠରେ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ଶହଶହ କିଡନୀ ପ୍ରପୀଡିତ ପରିବାର । କେବଳ ଜିଲ୍ଲାର ହରଭଙ୍ଗା ବ୍ଲକରେ 179 ଜଣଙ୍କ କିଡନୀ ରୋଗରେ ମୃତ୍ୟୁ ହୋଇସାରିଥିବା ବେଳେ ଆହୁରି ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ସେପଟେ ଏନେଇ କିଡନୀ ପ୍ରପୀଡିତ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନର ଅବହେଳାକୁ ଦାୟୀ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Jun 6, 2020, 9:50 AM IST

ABOUT THE AUTHOR

...view details