ଓଡିଶା

odisha

କୋରୋନା କାଳେ ଦାଉ ସାଧୁଛି କିଡନୀ ରୋଗ

By

Published : Sep 19, 2020, 8:19 AM IST

ଗୋଟିଏ ପଟେ କୋରୋନା ମହାମାରୀ ନିଜ କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ଉତ୍କଟ ହେବାରେ ଲାଗିଛି କିଡନୀ ରୋଗର ପ୍ରାଦୁର୍ଭାବ । କୋରୋନା ପାଇଁ ବର୍ତ୍ତମାନ କିଡନୀ ରୋଗୀଙ୍କୁ ସଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳୁ ନଥିବାରୁ ଉଭୟ ରୋଗୀ ଓ ସ୍ବେଚ୍ଛାସେବୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

kidney disease in boudh, kidney disease, kidney disease amid pandemic, boudh latest news, ବୌଦ୍ଧରେ କିଡନୀ ରୋଗ, କିଡନୀ ରୋଗ, କୋରୋନା କାଳେ କିଡନୀ ରୋଗ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
କୋରୋନା କାଳେ ଦାଉ ସାଧୁଛି କିଡନୀ ରୋଗ

ବୌଦ୍ଧ:ଗୋଟିଏ ପଟେ କୋରୋନା ମହାମାରୀ ନିଜ କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ଉତ୍କଟ ହେବାରେ ଲାଗିଛି କିଡନୀ ରୋଗର ପ୍ରାଦୁର୍ଭାବ। କୋରୋନା ପାଇଁ ବର୍ତ୍ତମାନ କିଡନୀ ରୋଗୀଙ୍କୁ ସଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳୁ ନଥିବାରୁ ଉଭୟ ରୋଗୀ ଓ ସ୍ବେଚ୍ଛାସେବୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ଏହି ରୋଗରେ ଏଯାଏଁ ଶହ ଶହ ରୋଗୀଙ୍କ ମୃତ୍ୟୁ ହେବା ସତ୍ତ୍ବେ ପ୍ରଶାସନର ନୀରବତା ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।

କୋରୋନା କାଳେ ଦାଉ ସାଧୁଛି କିଡନୀ ରୋଗ

ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଡନୀ ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଖି ବୁଜିଲେଣି 200ରୁ ଉର୍ଦ୍ଧ୍ବ ରୋଗୀ । ହରଭଙ୍ଗା ବ୍ଲକର ନିର୍ଦ୍ଦିଷ୍ଟ 3-4ଟି ପଞ୍ଚାୟତରେ ବର୍ଷକ ମଧ୍ୟରେ 224 ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ଏପରିକି ଗୋଟିଏ ଗୋଟିଏ ପରିବାର ସମ୍ପୂର୍ଣ୍ଣ ପୁରୁଷ ଶୂନ୍ୟ ହୋଇଗଲାଣି । ବର୍ତ୍ତମାନ କୋରୋନା କଟକଣା ଭିତରେ କିଡନୀ ରୋଗୀମାନେ ଅତି ଜଟିଳ ସମୟ ଦେଇ ଗତି କରୁଥିବା ପ୍ରକାଶ କରିଛନ୍ତି ଜିଲ୍ଲାର ସ୍ବେଚ୍ଛାସେବୀ।

ତେବେ ସ୍ବାସ୍ଥ୍ୟ ସେବା ତ ଦୂରର କଥା, ଔଷଧ ଠିକ୍‌ ସମୟରେ ମିଳିବା ମଧ୍ୟ କଷ୍ଟକର ହୋଇପଡୁଛି । ଏମିତିରେ ଜିଲ୍ଲାର ଶହ ଶହ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details